ଋତୁସ୍ରାବଜନିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା ଟିପିଏସ୍ଓଡିଏଲ୍

0
11

ବ୍ରହ୍ମପୁର,୦୪/୦୭/୨୦୨୪: ଟାଟା ସଷ୍ଟେନେବିଲିଟି ମାସ ପାଳନ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହିକ୍ରମରେ କମ୍ପାନୀ ବ୍ରହ୍ମପୁର ସହରର ଗୋଷାଣୀନୂଆଗାଁ ସ୍ଥିତ କେ.ସି ବାଳିକା ଉଚ୍ଚବିଦ୍ୟାଳୟରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଛି । ଶତାଧିକ ଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଋତୁସ୍ରାବ ସମୟରେ କିଭଳି ସ୍ୱଚ୍ଛତା ରକ୍ଷା କରିବ ତାହା ଶିଖିଥିଲେ ।

ଏହି ଅବସରରେ କମ୍ପାନୀ ପକ୍ଷରୁ ଛାତ୍ରୀମାନଙ୍କୁ ପୁନଃବ୍ୟବହାରଯୋଗ୍ୟ ସାନିଟାରୀ ନ୍ୟାପକିନ୍ ପ୍ରଦାନ କରାଯାଇଥିଲା । ଏହି ନ୍ୟାପକିନ୍ କୁ ଏକ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ । ଧାରଣୀୟ ବିକାଶକୁ ପ୍ରୋତ୍ସାହିତ କରିବା ସହ ପରିବେଶ ଅନୁକୂଳ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରିବା ଦିଗରେ କମ୍ପାନୀ ଏହି ପଦକ୍ଷେପ ନେଇଛି ।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗଙ୍କ ଧର୍ମପତ୍ନୀ ଶ୍ରୀମତୀ ମଞ୍ଜୁ ଗର୍ଗ କାର୍ଯ୍ୟକ୍ରମରେ ଯୋଗ ଦେଇ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ । ଋତୁସ୍ରାବକୁ ନେଇ ଥିବା ଅତାର୍କିକ ଧାରଣା ତଥା ପ୍ରଥା ସମ୍ପର୍କରେ ପିଲାଙ୍କୁ ଅବଗତ କରାଇବା ସହ ଦୈନନ୍ଦୀନ ଜୀବନରେ ଏହାଠାରୁ କିଭଳି ଦୂରାଇ ରହିବେ ସେନେଇ ସୂଚନା ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ କମ୍ପାନୀର ମେଡିକାଲ୍ ଟିମ୍ ଓ ସ୍ୱେଚ୍ଛାସେବୀ କର୍ମଚାରୀମାନେ ମଧ୍ୟ ସାମିଲ ଥିଲେ । ଏହାସହ ପିଲାଙ୍କୁ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ପ୍ରଦାନ କରିବା ସହ ସାନିଟାରୀ ନ୍ୟାପକିନ୍ ବାଣ୍ଟିଥିଲେ ।

ଟିପିଏସ୍ଓଡିଏଲର ଏହି ପଦକ୍ଷେପ ମହିଳାଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ପ୍ରଦାନ କରିବା ସହ ବାଳିକାମାନଙ୍କୁ ସଶକ୍ତ କରିବାରେ ସକ୍ଷମ ହୋଇଛି । ଋତୁସ୍ରାବ ସମ୍ପର୍କରେ ବାଳିକାମାନେ ସଠିକ ସୂଚନା ପାଇବା ସହ କିଭଳି ସ୍ୱଚ୍ଛତା ପାଳନ କରିବେ ତାହା ଶିଖିଛନ୍ତି । କମ୍ପାନୀର ଏହି ଉଦ୍ୟମ ବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଶିକ୍ଷାକୁ ପ୍ରୋତ୍ସାହିତ କରିଛି ।

LEAVE A REPLY

Please enter your comment!
Please enter your name here