ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବିଜୁ ଜନତା ଦଳର ନେତା: ବିଜେପି

0
19

ବ୍ରହ୍ମପୁର,୦୪/୦୭/୨୦୨୪: ଗତ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟକୁ ଦଳର କିଛି ନେତା ଆଜି ବି ଗ୍ରହଣ କରିପାରୁନଥିବା ଅନୁଭବ ହେଉଛି । ପରାଜୟର ଗ୍ଳାନିରୁ ମୁକୁଳି ପାରୁନଥିବା ନେତା ମାନେ ନିଜର ଦୋଷ, ଦୁର୍ବଳତା ଓ ଜନବିରୋଧୀ ନୀତିକୁ ନିଜେ ଜାଣିବା ପରିବର୍ତ୍ତେ ବିଜେପି ନେତା ଓ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବିରୁଦ୍ଧରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ଵନ୍ଦିତା କରି ହାରିଥିବା ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ମନ୍ତବ୍ୟ ଅରୁଚିକର ଓ ବିଭ୍ରାଭିକର ମଧ୍ଯ, ଏ ଭଳି ଅଭିଯୋଗ ଜିଲ୍ଲା ବିଜେପି ପକ୍ଷରୁ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ।ବ୍ରହ୍ମପୁର ସହର ସମେତ ଗୋପାଳପୁର ଅଞ୍ଚଳରେ ବିଜୁ ଜନତା ଦଳର ସରକାର ଥ‌ିବା ସମୟରେ ଅରାଜକତା ସୃଷ୍ଟିର ଜନକ ବିକ୍ରମ ପଣ୍ଡା ବାବୁ ଯାହା ଅଭିଯୋଗ କରିଛନ୍ତି ତାହା ସଂପୂର୍ଣ୍ଣ ଭିରିହୀନ । ସେ ଭୁଲି ଯାଉଛନ୍ତି ନିର୍ବାଚନ ସମୟରେ ହୁଗୁଳାପଟା ଠାରେ ବିଜେପି କର୍ମୀଙ୍କ ଉପରେ ସଶସ୍ତ୍ର ଆକ୍ରମଣ, ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଗ୍ରାମରେ ପଶି ବୁଥ ଜବରଦଖଲ ଉଦ୍ୟମ ଓ ଶତାଧିକ ଅପରାଧି ମାନଙ୍କୁ ଧରି କୋଳଥି ଗାଁ ରେ ପଶି ବିଜେପି ସମର୍ଥକଙ୍କୁ ଆକ୍ରମଣ କରିଥିବା ଶ୍ରୀ ପଣ୍ଡାଙ୍କ କେଉଁ ଲୁକାୟତ ବ୍ୟବସାୟକୁ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବନ୍ଦ କହିଛନ୍ତି ଶ୍ରୀ ପଣ୍ଡା ସ୍ପଷ୍ଟ କରନ୍ତୁ ।
ରାଜନୀତି ରେ ହାରିବା ଜିତିବା ଏକ ସ୍ବାଭାବିକ ପ୍ରକ୍ରିୟା। କିନ୍ତୁ ନିର୍ବାଚନର ପରାଜୟ ପରେ ଔଷଧ ବିକଳରେ ତାଟିଆ କାମୁଡିବା ପରି, ବିଜୁ ଜନତା ଦଳର କିଛି ନେତାଙ୍କ ଆଚରଣ ରୁ ଜଣାପଡ଼ୁଛି । ଯେଉଁ ମାନେ ଦିନେ ନିଜେ ଘରକୁ ଡାକି ଲୋକଙ୍କୁ ପିଟୁଥିଲେ , ଲୋକଙ୍କ ଉପରେ ମିଥ୍ୟା ମୋକଦ୍ଦମା କରାଉଥିଲେ, ନିରୀହ ଲୋକଙ୍କୁ କ୍ଷମତାର ଅପବ୍ୟବହାର କରି ଥାନାରେ ବସାଇଥିଲେ, ସେମାନେ ଆଜି ପୁଲିସ, ପ୍ରଶାସନ ଓ ମନ୍ତ୍ରୀଙ୍କୁ ନିନ୍ଦା କରିବା ହାସ୍ୟାସ୍ପଦ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ମାନେ କହିଛନ୍ତି । ନ୍ୟାୟ ମାଗୁଥିବା ବ୍ୟକ୍ତିର ହାତ ମଇଳା ଓ ରକ୍ତାକ୍ତ ହୋଇନଥିବା ଦରକାର ବୋଲି କହିଛନ୍ତି। ବିଜେପି ଓ ମନ୍ତ୍ରୀଙ୍କ ବିରୁଦ୍ଧରେ ଅପପ୍ରଚାର ସୃଷ୍ଟି କରୁଥିବା ବିଜୁ ଜନତା ଦଳ ଓ ବିକ୍ରମ ପଣ୍ଡା ମନେ ରଖୁବା ଦରକାର ଓଡ଼ିଶା ଆଗକୁ ବଢ଼ିବାକୁ ନିଷ୍ପରି ନେଇ ସାରିଛି । ବିଜୁ ଜନତା ଦଳ ଧ୍ବାସାଂଭୀମୁଖେ ଗତି କରୁଛି । ଅତଏବ ବିଜୁ ଜନତା ଦଳ କରିଥିବା ପାପକୁ ଜିଲ୍ଲାବାସୀ କେବେ ବି କ୍ଷମା ଦେବେ ନାହିଁ । ଗର୍ବ, ଅହଙ୍କାର ଓ ଭିତ୍ତଶାଳି ବିଜୁ ଜନତା ଦଳର ନେତା ମାନେ ମନେ ରଖିବା ଦରକାର ଗୋପାଳପୁର ହେଉଛି ଶାନ୍ତି ଓ ବିକାଶରେ ବିଶ୍ୱାସ କରୁଥିବା ନିର୍ବାଚନ ମଣ୍ଡଳୀ। ଏଠି ଅସାମାଜିକ କାର୍ଯ୍ୟକଳାପକୁ ଲୋକେ କେବେ ସହିନାହାନ୍ତି କି, ସହିବେ ନାହିଁ । ଏଣୁ ଜିଲ୍ଲାରେ ଅରାଜକତା ସୃଷ୍ଟି କରିବା ଓ ଖଣି, ବାଲି,ଗୋଡ଼ି, ପିଚୁ, ମଦ, ପେଟ୍ରୋଲ ଓ ଚିଙ୍ଗୁଡି ଦେପାରରେ ଥିବା ନେତାମାନେ ଲୋକଙ୍କୁ ବିଭ୍ରାନ୍ତି କରିବାରୁ କ୍ଳାନ୍ତ ରୁହନ୍ତୁ ବୋଲି ଉପସ୍ଥିତ ବିଜେପି ନେତାମାନେ କହିବା ସହ ଦଳ ତରଫରୁ ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଙ୍କର ସମ୍ପତି ବୃଦ୍ଧିର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା କାହ୍ନୁ ଚରଣ ପତି,ଗଙ୍ଗାଧର ଶତପଥୀ, ସୁନୀଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here