ଗଞ୍ଜାମ ଜିଲ୍ଲାର ରଥଯାତ୍ରା ସମ୍ପର୍କିତ ପ୍ରସ୍ତୁତି ବୈଠକ

0
12

ଛତ୍ରପୁର,୦୪/୦୭/୨୦୨୪: ଜିଲ୍ଲାରେ ଚଳିତ ବର୍ଷ ପାଳିତ ହେଉଥିବା ରଥଯାତ୍ରାର ପରିଚାଳନା ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ଯକ୍ଷତାରେ ଅସୱାନ ଜରିଆରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ ହୋଇଥିବା ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଥିଲେ ଯେ, ଜଗନ୍ନାଥ ସଂସ୍କୃତି ସହିତ ଜନସାଧାରଣଙ୍କର ଭାବାବେଗ ଜଡିତ, ଆମ ସଂସ୍କୃତି ଐତିହ୍ୟକୁ ସର୍ବକାଳୀନ ବଜାୟ ରଖିବା ନିମନ୍ତେ ଆମେ ରଥଯାତ୍ରାକୁ ମହାଆଡମ୍ବରର ସହକାରେ ପାଳନ କରିଆସୁଛି । ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ରଥଯାତ୍ରା ପାଳନ ହେଉଛି । ସମସ୍ତ ରଥଯାତ୍ରା ଗୁଡିକର ସୁବନ୍ଦୋବସ୍ତ ଏବଂ ଶୃଙ୍ଖଳିତ ଭାବେ ସମାପନ ହେବ ସେଥି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରିବାକୁ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ ପୋଲିସ ପ୍ରଶାସନକୁ ଅନୁରୋଧ କରାଇଥିଲେ । ସମ୍ଭାବ୍ୟ ଦୁର୍ଘଟଣା ଜନିତ ଅସୁବିଧାକୁ ପ୍ରତିହତ କରିବା ନିମନ୍ତେ ସମସ୍ତ ଆସୁ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ଜଣାଇଥିଲେ । ଜିଲ୍ଲାର ଅଧିକାଂଶ ସ୍ଥାନର ରଥଯାତ୍ରାରେ ଅଧିକ ଶ୍ରଦ୍ଧାଳୁ ସମାଗମ ହୁଅନ୍ତି। ସେହି ସବୁ ସ୍ଥାନ ଗୁଡିକରେ ଅଧିକ ଯତ୍ନବାନ ହେବାକୁ ଜଣାଇ ସମ୍ପୃକ୍ତ ରଥଯାତ୍ରା କମିଟିର ସଦସ୍ୟ ମାନଙ୍କ ଗହଣରେ ଏକ ବୈଠକ ଆଗତ କରି ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ରଥ ଟଣା ହୋଇ ଯାଉଥିବା ରାସ୍ତାରେ ବିଦ୍ୟୁତ ତାର ବିଚ୍ଛିନ୍ନ କରିବା, ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଗଛ ଗୁଡିକର ଡାଳ ସଫା କରିବା , ଆଇନ ଶୃଙ୍ଖଳା ପରିସ୍ଥିତି , ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ମେଡିକାଲ ଟିମ ମୁତୟନ କରିବା, ପରିମଳ ବ୍ୟବସ୍ଥା ସଜାଡିବା, କେହି ଯେମିତି ଅଂଶୁଘାତର ଶିକାର ହେବେ ନ।ହିଁ, ସେଥି ପ୍ରତି ସଜାଗ ରହି ସମସ୍ତ ବ୍ୟବସ୍ଥା , ଓଆରଏସ ପ୍ଯାକେଟ ବଣ୍ଟନ, ବିଷୟ ନେଇ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗ ମୋହନ ମିନା ଯୋଗଦାନ କରି ଜଣାଇଥିଲେ ଯେ ,ସମସ୍ତ ରଥଯାତ୍ରା କମିଟି ପକ୍ଷରୁ ସ୍ଵେଚ୍ଛାସେବୀ ଯେମିତି ନିଯୁକ୍ତ ରହିବେ ଏବଂ ସେମାନେ ପରିଚୟ ପତ୍ର ପାଇବେ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିରେ ସହଯୋଗ କରିବେ ସେଥି ସକାଶେ ମତ ଦେଇଥିଲେ। ବିଶେଷ କରି ରଥଟି କାଠ କିମ୍ବା ଲୁହାରେ ପ୍ରସ୍ତୁତ ହୋଇଛି ତାହା ମିଳିତ କମିଟି ଦ୍ଵାରା ଯାଞ୍ଚ କରିବାକୁ କୁହାଯାଇଛି । ସମ୍ପୃକ୍ତ ଅଞ୍ଚଳର ରାସ୍ତା ଓ କୋଠବାଡି ବିଭାଗୀୟ ଯନ୍ତ୍ରୀ ରଥ ଯାଞ୍ଚ କରି ରଥଟି ଠିକ ଥିବା ପ୍ରମାଣ ପତ୍ର ପ୍ରଦାନ କରିବାକୁ କୁହାଯାଇଛି । ରଥର ଚତୁଃପାର୍ଶ୍ଵ କଡନ କରି ରଥ ଟାଣିବାକୁ ପରାମର୍ଶ ଦିଆଯାଇଛି। ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ଯେମିତି ସମାପନ ହେବ ସେଥି ନିମନ୍ତେ ଆଶା ପୋଷଣ କରଯାଇଥିଲା।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି, ସୁଧାଂଶୁ କୁମାର ଭୋଇ, ସମସ୍ତ ଉପ-ଜିଲ୍ଲାପାଳ, ସହରାଞ୍ଚଳ ଉନ୍ନୟନ ଅଧିକାରୀ ରବିନ୍ଦ୍ର କୁମାର ପଟେଲ , ତହସିଲଦାର , ଗୋଷ୍ଠୀ ଉନ୍ନୟନ ଅଧିକାରୀ ,ଭାରପ୍ରାପ୍ତ ପୋଲିସ ଥାନା ଅଧିକାରୀ ,କାର୍ଯ୍ୟ ନିର୍ବାହୀ ଅଧିକାରୀ ,ଦେବୋତ୍ତର ବିଭାଗୀୟ କମିଶନର ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here