ବନ ମହୋତ୍ସବରେ ବୃକ୍ଷରୋପଣ ଏବଂ ସଚେତନତା କାର୍ଯ୍ୟକ୍ରମ

0
10

ବ୍ରହ୍ମପୁର,୦୪/୦୭/୨୦୨୪:ବନ ମହୋତ୍ସବ ସାରା ଭାରତରେ ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପାଳିତ ହେଉଥିବା ବେଳେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ବନ ମହୋତ୍ସବର ଚତୁର୍ଥ ଦିନରେ ଵୃକ୍ଷରୋପଣ ଏବଂ ସଚେତନତା କାର୍ଯ୍ୟକ୍ରମ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ସୁକୁଣ୍ଡା ହଜରେ ଅନୁଷ୍ଠିତ ହୋଇଥିଲା। ବନ ମହୋତ୍ସବ ସପ୍ତାହରେ ବ୍ରହ୍ମପୁର ସହରର ଅନେକ ଲୋକେ ବୃକ୍ଷକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଉତ୍ସାହ ଦେଖାଉଥିବା ବେଳେ ଭୁବନେଶ୍ୱର ଅଧିବାସୀ ରବୀନ୍ଦ୍ରନାଥ ଦାସ ୫୦ ରୁ ଉର୍ଦ୍ଧ୍ବ ବଟ ଓ ଅଶ୍ୱତ୍ଥ ଚାରା ରୋପଣ କରି ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଗ୍ରାମର ହଜର ଚତୁଃପାର୍ଶ୍ବରେ ସଙ୍ଗଠନ ପକ୍ଷରୁ ବୃକ୍ଷକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ସମାଜର ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ସୁଯୋଗ ଦେଇ ଆସୁଛି। ବିବାହ, ଜନ୍ମଦିନ କିମ୍ବା ଅତ୍ମୀୟଙ୍କ ଉର୍ଦ୍ଧେଶ୍ୟରେ ଏହି ହଜରେ ରାଜ୍ୟ, ଦେଶ ବିଦେଶରେ ଆସି ବୃକ୍ଷ ରୋପଣ କରି ବୃକ୍ଷକୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି ଏବଂ ସଙ୍ଗଠନ ଏହାର ରକ୍ଷଣାବେକ୍ଷଣ କରିଆସୁଛି।ଅନ୍ୟପକ୍ଷରେ ଏହି ବନ ମହୋତ୍ସବରେ ବ୍ରହ୍ମପୁରର ସଂକଳ୍ପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବୃକ୍ଷର ଆବଶ୍ୟକତା ଵିଶେଷକରି ବିଜୁଳି ଘଡଘଡି ସମୟରେ ତାଳ ଗଛର ଭୂମିକା ବିଷୟରେ ସଚେତନତା କରାଯାଇଥିଲା। ଏଥିରେ ଇକୋ କ୍ଳବ କଡ଼ିନେଟର ଶ୍ରୀ ଲିପିକା ଜେନା,ବିଦ୍ୟାଳୟର ଡ଼ାଇରେକ୍ଟର ଶ୍ରୀ ସାର୍ଥକ, ପ୍ରିନ୍ସପଲ ଶ୍ରୀ ପ୍ରଦୀପ୍ତ କିଶୋର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କ ସହାୟତରେ ହଜର ଚତୁଃପାର୍ଶ୍ଵରେ ଶହେରୁ ଅଧିକ ତାଳ ଗଛ ରୋପଣ କରାଯାଇଥିଲା।

ଏହି ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏ ପ୍ରକାଶ, ପି ବିନୋଦ,ସାଗର ପ୍ରସାଦ ପାତ୍ର, ରବି ସାହାଣୀ, ମୁନ୍ନା ଶତପଥି, ଜେ ବିନୋଦ,ପ୍ରବୀଣ ନାୟକ, ବାଲାଜୀ ବେହେରା ପ୍ରଭୃତି ସଦସ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here