ବ୍ରହ୍ମପୁର,୦୪/୦୭/୨୦୨୪:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଓ ଏଲସିଭିଇର ର ମିଳିତ ଆନୁକୁଲ୍ଯରେ ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର ତରଫରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କର ପ୍ରେରଣାରେ ଛାତ୍ରଛାତ୍ରୀ, ଗବେଷକ ଓ ଗବେଷିକା, ଅଧ୍ଯାପକ ଓ ଅଧ୍ଯାପିକା ମାନଙ୍କ ପାଇଁ “Improving Research Performance Using Journals on the ScienceDirect platform” ବିଷୟରେ ଏକ ଏକଦିବସୀୟ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ଜ୍ୟୋସ୍ନା ସାହୁ, ନିର୍ଦେଶିକା, ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର, ସ୍ୱାଗତ ଭାଷଣ ପ୍ରଦାନ କରି ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଦ୍ଵାରା ଉପଲବ୍ଧ ହେଉଥିବା ଇ-ରିସୋର୍ସ ଉପରେ ଆଲୋକପାତ କରିଥିଲେ। ପ୍ରଫେସର ସୁଧାକର ପାତ୍ର, ଡିନ୍ ତଥା ନାକ୍ ସଂଯୋଜକ ଏଲସଭିଇର ଡାଟାବେସ ର ଲୋକପ୍ରିୟତା ଓ ଉପାଦେୟତା ଉପରେ ସମ୍ଯକ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯକ୍ରମରେ ପ୍ରଶିକ୍ଷଣ ବିଶେଷଜ୍ଞ ଶ୍ରୀମତୀ ଐଶ୍ୱର୍ଯ୍ୟା ନାୟାଲ୍ Elsevier ScienceDirect ଇ-ରିସୋର୍ସର ବ୍ୟବହାର ସମ୍ବନ୍ଧରେ ରେ ପ୍ରଶିକ୍ଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମଟି ସହସଂଯୋଜକ ଅଭିମନ୍ଯୁ ପ୍ରଧାନ, ସହକାରୀ ଗ୍ରନ୍ଥାଗାରକ ଓ ସଂଯୋଜକ ଇ-ରିସୋର୍ସ , ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଆୟୋଜକ କମିଟି ସଦସ୍ୟ, ଡଃ ଜିତେନ୍ଦ୍ର କୁମାର ବେହେରା, ଭାରପ୍ରାପ୍ତ ଗ୍ରନ୍ଥାଗାରକ,ଡଃ ମନସ୍ଵିନୀ ପାତ୍ର, ସହକାରୀ ଗ୍ରନ୍ଥାଗାରିକା ଏବଂ ଶ୍ରୀମତୀ ଶୁଭଲକ୍ଷ୍ମୀ ନାୟକ, ସହକାରୀ ଗ୍ରନ୍ଥଗIରିକା ଦ୍ୱାରା ସୁଚାରୁ ରୂପେ ସଂପାଦିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବହୁସଂଖ୍ୟାରେ ଛାତ୍ରଛାତ୍ରୀ, ଗବେଷକ, ଗବେଷିକା, ଅଧ୍ୟାପକ, ଅଧ୍ୟାପିକା ଯୋଗଦାନ କରି ସାଫଲ୍ଯ ମଣ୍ଡିତ କରିଥିଲେ।ଶେଷରେ ଭାରପ୍ରାପ୍ତ ଗ୍ରନ୍ଥାଗାରକ ଡଃ ଜିତେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।