ମାଣିତରା : ଜନ ଆରୋଗ୍ୟ ସମିତି ଗଭର୍ଣ୍ଣି ବଡୀ ମିଟିଙ୍ଗି

0
10

ବୁଗୁଡା ୪/୭/୨୪ ଗଞ୍ଜାମ ଜିଲ୍ଲାର ମାଣିତରା ଗ୍ରାମର କରୁଣା ଟ୍ରଷ୍ଟ ପରିଚାଳିତ ସରକାରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଜୁନ ୩ ତାରିଖ ଦିନ ଜନ ଆରୋଗ୍ୟ ସମିତିର ଗଭର୍ଣ୍ଣି ବଡୀ ବୈଠକ ଅନୁଷ୍ଠିତ ହୋଇଯାଇଛି। କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏବଂ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମାଣିତରା ଜନ ଆରୋଗ୍ୟ ସମିତିର ଚେୟାରମ୍ୟାନ ତଥା ୪୨ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧ୍ୟକ୍ଷା ଡାକ୍ତର କାମାକ୍ଷୀ ବିଷୋୟୀ, ମେଡ଼ିକାଲ ଅଫିସର ଡାକ୍ତର ପ୍ରିୟଙ୍କା ପଣ୍ଡା, ମାଣିତରା ମେଡ଼ିକାଲ ଅଫିସର ଡାକ୍ତର ଦୟାନିଧି ରାଉତ, ମାଣିତରା ଆୟୁଷ ମେଡ଼ିକାଲ ଅଫିସର ଡାକ୍ତର ଦୁର୍ଗାପ୍ରସାଦ ବିଶ୍ୱାଳ, ବୁଗୁଡା ପିଏଚଇଓ ରଜନୀ ପୃଷ୍ଟି, ବିଏଏମ ସଞ୍ଜୟ କୁମାର ବରାଡ଼, ଏମଆରଏ ସୌମ୍ୟ ରଞ୍ଜନ ଦାଶ, କରୁଣା ଟ୍ରଷ୍ଟ ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର ବନୋଜ କୁମାର ପଣ୍ଡା, ମାଣିତରା ପଞ୍ଚାୟତ ସରପଞ୍ଚ ପ୍ରକାଶ ଚନ୍ଦ୍ର ବେହେରା, ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ସମାଜସେବୀ ତଥା ସାମ୍ବାଦିକ ଅନିଲ କୁମାର ମହାରଣା, ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସଂଯୋଜକ ଚିତ୍ତରଞ୍ଜନ ପ୍ରଧାନ, ଟେକିନିସିଆନ କାଳୀ ପ୍ରସାଦ ସାହୁ, ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ପ୍ରିୟା ପଣ୍ଡା ଓ ଗଙ୍ଗା ସାହାଣୀଙ୍କ ସମେତ ସମସ୍ତ କର୍ମଚାରୀ ଯୋଗଦେଇଥିଲେ। ଡାକ୍ତର ଶ୍ରୀ ବିଶ୍ୱାଳ ପୂର୍ବ ସଭାର ବିବରଣୀ ପଠନ କରିବା ସହ ୨୦୨୪-୨୫ ଆର୍ଥିକ ବର୍ଷର ଆୟ ଓ ବ୍ୟୟର ଅଟକଳ ପଠନ କରିଥିଲେ। ଆଲୋଚନା ପରେ ବଜେଟ ଗୃହୀତ ହୋଇଥିଲା। ବୁଗୁଡା ସିଏଚସି ଅଧ୍ୟକ୍ଷା ଡାକ୍ତର ବିଷୋୟୀ ପ୍ରଥମ ଥର ପାଇଁ ମାଣିତରା ମେଡ଼ିକାଲ ଆସିଥିବା ବେଳେ ପରିବେଶ ସଫା ସୁତୁରା ଦେଖି ଓ ଜବସାଧାରଙ୍କ ସହ ଆଲୋଚନା କରି ଖୁସି ହୋଇଥିଲେ।

LEAVE A REPLY

Please enter your comment!
Please enter your name here