ବ୍ରହ୍ମପୁର, ୦୫/୦୭/୨୦୨୪: ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ଆମ୍ବପୁଆ ସ୍ଥିତ ସେଣ୍ଟ ଜାଭିୟର ସିନିୟର୍ ସେକେଣ୍ଡାରୀ ହାଇସ୍କୁଲର ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀଙ୍କ ଦ୍ଵାରା ବନ ସପ୍ତାହ ଅବସରରେ ବୃକ୍ଷ ରୋପଣ କରାଯାଇଥିଲା । ସେହି ପରି ଏଠାରେ ଛାତ୍ର ଛାତ୍ରୀ ମାନେ ବୃକ୍ଷ ରୋପଣ ର ଆବଶ୍ୟକତା ନେଇ ସଚେତନ କରିଥିଲେ । ଏପରି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନେ ଉତ୍ସାହ ସହ ସାମିଲ ହୋଇଥିଲେ l ଏଥିରେ ଗାଇଡ ଶିକ୍ଷୟତ୍ରୀ ମମତା ପଟ୍ଟନାୟକ, ଶାରୀରିକ ଶିକ୍ଷକ ବିଶ୍ୱ ବନ୍ଧୁ ପାଢ଼ୀ, ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ସହଯୋଗ କରିଥିଲେ l ଏପରି କାର୍ଯ୍ୟ ପାଇଁ ସ୍କୁଲର ଚେୟାରମ୍ୟାନ ଡ.ଗୌରୀ ଶଙ୍କର ପଣ୍ଡା, ଅଧ୍ୟକ୍ଷା ଉଷାରାଣୀ ପଟ୍ଟନାୟକ,ଉପାଧ୍ୟକ୍ଷ ପ୍ରକାଶ ପଲାଇ ନିର୍ଦେଶକ ଇଂ କୁନାଲ କୌଶିକ ପଣ୍ଡା, ସହକାରୀ ନିର୍ଦ୍ଦେଶକ ରାହୁଲ ରାଜ ପଣ୍ଡା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ । ସ୍କୁଲ ର ମଧୁସ୍ମିତା ରଥ, ସନ୍ତୋଷ କୁମାର ପଣ୍ଡା, ପୀତବାସ ନାୟକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।