ମାଣିତରା ହାଇ ସ୍କୁଲରେ ବନ ମହୋତ୍ସବ ପାଳନ

0
55

ବୁଗୁଡା ୫/୭/୨୪ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମର ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ସଚେତନତା ସଭା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜୁଲାଇ ୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ସଚେତନତା ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ମୟ ମହାପାତ୍ର, ମୁଖ୍ୟବକ୍ତା ଭାବେ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା, ତାଳସାକାର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ, ସିଆରସିସି ଶଶିକାନ୍ତ ପାତ୍ର, ମାଣିତରା ବନପାଳ ସୁନିତା ପାତ୍ର, ବନବିଭାଗ କର୍ମଚାରୀ ସୁବୋଧ କୁମାରୀ ବେହେରା, ହେମନ୍ତ କୁମାର ପାତ୍ର, ପ୍ରମୋଦ କୁମାର ବିଷୋୟୀ ଓ ରଶ୍ମିତା ଚୌଧୁରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ବିଇଓ ଶ୍ରୀ ମହାପାତ୍ର ଉଦଘାଟନ କରିଥିଲେ। ଅତିଥି ବୃନ୍ଦ ବୃକ୍ଷ ଓ ଜଙ୍ଗଲ ଦ୍ୱାରା ଜୀବଜଗତକୁ ମିଳୁଥିବା ଉପକାର ବିଷୟରେ ଆଲୋକପାତ କରିଥିଲେ। ମାଣିତରା ହାଇ ସ୍କୁଲର ଛାତ୍ରୀମାନେ ବୃକ୍ଷର ଉପକାରୀତା ବିଷୟରେ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ମାଣିତରା କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ସମେତ ମାଣିତରା ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here