ମା’ ଭରାଣ୍ଡି ନୋଡାଲ ହାଇସ୍କୁଲରେ ୭୫ତମ ବନ ମହୋତ୍ସବ ଓ ଚାରା ବଣ୍ଟନ କାର୍ଯକ୍ରମ

0
9

ପୋଲସରା ୦୫/୦୭/୨୪ ପୋଲସରା ବ୍ଳକ ଅନ୍ତର୍ଗତ ମନ୍ଦାର ଗ୍ରାମର ମା’ ଭରାଣ୍ଡି ନୋଡାଲ ହାଇସ୍କୁଲରେ ୭୫ ତମ ବନ ମହୋତ୍ସବ ପାଳିତ ହେବା ସହିତ ଛାତ୍ରଛାତ୍ରୀମାନଙ୍କୁ ଚାରା ବଣ୍ଟନ କରାଯାଇଛି ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିରାମ ବେହେରାଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ଇକୋ କ୍ଲବ ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ପୋଲସରା ବନାଞ୍ଚଳ ଅଧିକାରୀ ଅନିଲ କୁମାର ପଣ୍ଡା ମୁଖ୍ୟ ଅତିଥି , ସ୍ଥାନୀୟ ସରପଞ୍ଚ ପ୍ରତିନିଧି କାର୍ତ୍ତିକ ଜେନା ଓ ସମିତି ସଭ୍ୟା ସୁଜାତା ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ବନ ମହୋତ୍ସବ ପାଳନର ମହତ୍ଵ ବିଷୟରେ ଉଦବୋଧନ ଦେଇଥିଲେ ଓ ବିଦ୍ୟାଳୟରେ ଅଧିକ ବୃକ୍ଷରୋପଣ ପାଇଁ ଚାରା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରା ଯାଇଥିଲା । ଏଥିରେ ବିଦ୍ୟାଳୟର ଇକୋ କ୍ଲବ ସଂଯୋଜକ ଅଭି ଚନ୍ଦ୍ର ଗସିୟା , ଜୋତିଏଲ ନାୟକ, ନବୀନ କିଶୋର ସାହୁ ,ସଦାଶିବ ନାୟକ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମିତି ସଭ୍ୟ ପ୍ରତିନିଧି ସପନ ନାୟକ ଯୋଗ ଦେଇଥିଲେ । ପରିଶେଷରେ ପୋଲସରା ବନାଞ୍ଚଳ ଅଧିକାରୀ ଛାତ୍ରଛାତ୍ରୀମାନଙ୍କୁ ଚାରା ଗଛ ବଣ୍ଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here