ପୋଲସରା ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳନ

0
56

ପୋଲସରା, ୦୫/୦୭/୨୪ ଗଞ୍ଜାମ ଜିଲ୍ଲାର ପୋଲସରା ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ଦିନ ୭୫ ତମ ବନ ମହୋତ୍ସବ ପାଳନ କରାଯାଇଛି । ଦକ୍ଷିଣ ଘୁମୁସର ବନଖଣ୍ଡ ପୋଲସରା ବନାଞ୍ଚଳ ଓ ପୋଲସରା ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବହୁ ମୂଲ୍ୟବାନ ଗଛର ଚାରା ବିଦ୍ୟାଳୟ ପରିସରରେ ଲଗାଇ ବନ ମହୋତ୍ସବ ପାଳନ କରିଥିଲେ। ପୋଲସରା ବନାଞ୍ଚଳ ଅଧିକାରୀ ଅନୀଲ କୁମାର ପଣ୍ଡା ଓ ପୋଲସରା ବନପାଳ ସରସ୍ୱତୀ ନାୟକ ପରିବେଶର ସୁରକ୍ଷାର ଉପକାରୀତା ବିଷୟରେ ଛାତ୍ରୀମାନଙ୍କୁ ସଚେତନତା କରିଥିଲେ। ପରିବେଶର ଭୟାବହ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ସମସ୍ତେ ଗୋଟିଏ ଲେଖାଏଁ ବୃକ୍ଷ ଲଗାଇ ତାହାର ଯତ୍ନ ନେବାର ଆବଶ୍ୟକତା ରହିଥିବା ପ୍ରକାଶ କରିଥିଲେ । ଗଛ ବଞ୍ଚିଲେ ଜୀବ ଜଗତ ବଞ୍ଚିବା । ଏଭଳି ସଚେତନତା ମୂଳକ ବାର୍ତ୍ତା ନେଇ ମାଟି ମାଆର ସୁରକ୍ଷା ପାଇଁ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ସଂକଳ୍ପ ନେଇ ଥିଲେ ଆଞ୍ଚଳିକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ବୃନ୍ଦ । ଏହି ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ବନ ବିଭାଗ କର୍ମଚାରୀ ବୃନ୍ଦ , ଅଧ୍ୟାପକ ବୃନ୍ଦ ଓ ଛାତ୍ରୀ ବୃନ୍ଦ ବୃକ୍ଷ ରୋପଣ କରିଥିଲେ।

LEAVE A REPLY

Please enter your comment!
Please enter your name here