ରାହୁଲ ଗାନ୍ଧି ସଂସଦରେ ଦେଇଥିବା ହିନ୍ଦୁ ବିରୋଧୀ ବକ୍ତବ୍ୟ ଉପରେ ବିଶ୍ବ ହିନ୍ଦୁ ପରିଷଦ ର ପ୍ରତିବାଦ

0
42

ବ୍ରହ୍ମପୁର,୦୫/୦୭/୨୦୨୪:
ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ, ସଂସଦ ଭବନ, ନୂଆଦିଲ୍ଲୀ ଠାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ନିଜର ଅଭିଭାଷଣରେ ନିଜର ବକ୍ତବ୍ୟ ରଖିଥିଲେ ଯେ,ଯେଉଁମାନେ ନିଜକୁ ହିନ୍ଦୁ ବୋଲି ପରିଚୟ ଦିଅନ୍ତି, ସେମାନେ ସବୁବେଳେ ହିଂସା ଆଚରଣ କରନ୍ତି ଓ ସବୁବେଳେ ଅସତ୍ୟ କଥା କହନ୍ତି, ଏଥୁପାଇଁ ସେମାନେ ହିନ୍ଦୁ ନୁହନ୍ତି । ଏପରି ଭାବରେ ହିନ୍ଦୁବିଦେଶୀ ଓ ବିଧର୍ମୀ ମନୋଭାବ ସମ୍ପନ୍ନ ବ୍ୟକ୍ତିତ୍ଵ ରାହୁଲ ଗାନ୍ଧୀ ଙ୍କୁ ଆମ ବିଶ୍ୱହିନ୍ଦୁ ପରିଷଦ, ଗଞ୍ଜାମ ଜିଲ୍ଲା ତରଫରୁ ଦୃଢ଼ ଭାବରେ ନିନ୍ଦା କରାଯାଉଛି ଏବଂ ରାହୁଲ ଗାନ୍ଧୀ ତାଙ୍କର ଏହି ଭୁଲ ମନ୍ତବ୍ୟ ପାଇଁ ସେ ହିନ୍ଦୁ ସମାଜ ପାଖରେ କ୍ଷମା ପ୍ରାର୍ଥନା କରନ୍ତୁ । ପୁଣି ଥରେ ପରିଷଦ ତରଫରୁ ଚେତାବନୀ ଦିଆଯାଉଛି ଯେ, ଆଗାମୀ ଦିନରେ ଯଦି କଂଗ୍ରେସର ଏହି ପ୍ରକାର ହିନ୍ଦୁ ବିରୋଧୀ ମନୋଭାବ ନେଇ ହିନ୍ଦୁ ସମାଜ ଉପରେ ଟିକା ଟିପ୍ପଣୀ ଦିଆଯାଏ, ତେବେ ବିଶ୍ୱହିନ୍ଦୁ ପରିଷଦ ଆନ୍ଦୋଳନାତ୍ମକ ପଦକ୍ଷେପ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ହିନ୍ଦୁ ପରିଷଦ ର କାର୍ଯ୍ୟକର୍ତ୍ତା ମାନେ ସୁଚନା ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବିଭାଗ ସମ୍ପାଦକ ଡଃ ଅରୁଣ ପ୍ରସାଦ ପାଢ଼ୀ,ଜିଲ୍ଲା ସଭାପତି ଶ୍ରୀ କ୍ଷେତ୍ରବାସୀ ରଥ,ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ଅଜିତ କୁମାର ମହାପାତ୍ର,ଜିଲ୍ଲା ସମ୍ପାଦକ ଇଞ୍ଜିନିୟର ଶ୍ରୀ ରାଜୀବ ନେତ୍ର ଖାଡ଼ଙ୍ଗା,ବ୍ରହ୍ମପୁର ନଗର ସଭାପତି ଡଃ ସୋମରେନ୍ଦ୍ର ସାହୁ ଜିଲ୍ଲା ସହସମ୍ପାଦକ ଶ୍ରୀ ଶ୍ରୀନିବାସ ଆରୀ,ଜିଲ୍ଲା ଉପସଭାପତି ଶ୍ରୀ ଶ୍ରୀହର୍ଷ ପଣ୍ଡା,ଜଗନ୍ନାଥ ପ୍ରଖଣ୍ଡ ସଭାପତି ଶ୍ରୀ ରଞ୍ଜିତ କୁମାର ପାତ୍ର ଏବଂ କାର୍ଯ୍ୟକର୍ତ୍ତା ସମୂହ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here