କୃଷି ବିଜ୍ଞାନ କେନ୍ଦ୍ର ପ୍ରାଙ୍ଗଣରେ ବନ ମହୋତ୍ସବ ପାଳିତ

0
58

ବ୍ରହ୍ମପୁର,୦୬/୦୭/୨୦୨୪: ଗୋଳନ୍ଥରା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବନ ମହୋତ୍ସବ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟ କ୍ରମରେ କୃଷି ବିଜ୍ଞାନ କେନ୍ଦ୍ର ର ମୂଖ୍ୟ ବୈଜ୍ଞାନିକ ଡ୍. ସୁଜିତ୍ କୁମାର ନାଥ ଅଧ୍ୟକ୍ଷତା କରିଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧିନସ୍ଥ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ର ଡିନ୍ ପ୍ରଫେସର ସନ୍ତୋଷ କୁମାର ଉଦ୍ଗାତା ଏବଂ ପୁଷ୍ଟି ଶସ୍ୟ ଗବେଷଣା କେନ୍ଦ୍ର (ଓ.ୟୁ.ଏ.ଟି) ର ଭାରପ୍ରାପ୍ତ ବୈଜ୍ଞାନିକ ଡ୍. ପବିତ୍ର ମୋହନ ମହାପାତ୍ର ଯୋଗଦେଇ, କେନ୍ଦ୍ର ର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମରେ ଯୋଗ ଦାନ ଦେଇଥିଲେ। ଇତି ଅବସର ରେ ବୃକ୍ଷ ଓ ଜଙ୍ଗଲ ର ଗୁରୁତ୍ଵ କୁ ହୃଦୟଙ୍ଗମ କରିବା ପାଈଁ ସ୍ଥାନୀୟ ରାଧାମୋହନପୁର ଓ କୁସୁମି ଗ୍ରାମର ଚାଷୀ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଏବଂ ଉପସ୍ଥିତ ୨୦ ଜଣ ଚାଷୀ ଙ୍କୁ ଜଳବାୟୁ ଅନୁକୂଳ ୫ ଗୋଟି ଧାନ ବିହନ କିସମ ସ୍ଵର୍ଣ୍ଣଶ୍ରୀୟା, କଳିଙ୍ଗଧାନ-୧୨୦୩, ୧୨୦୪, ୧୨୦୫, ସି ଆର୍-୩୧୪ ବଣ୍ଟନ କରାଯାଇଥିଲା। କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଓ କର୍ମ କର୍ତ୍ତା ଉପସ୍ଥିତ ରହି ମହୋତ୍ସବ ପାଳନରେ ସହାୟତା କରିଥିଲେ।

LEAVE A REPLY

Please enter your comment!
Please enter your name here