ବାଦି ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ,ଜଣକ ମୃତ୍ୟୁ ଘଟଣା। ଏକ କାର, ୨୦ହଜାର ଟଙ୍କା ସହ ୩ଗିରଫ, କୋର୍ଟ ଚାଲାଣ

0
100

ବ୍ରହ୍ମପୁର,୦୬/୦୭/୨୦୨୪: ଗୋଳନ୍ଥରା ଥାନା ଅନ୍ତର୍ଗତ ବାଦି ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ଜଣେ ମୃତ୍ୟୁ ଘଟଣାରେ ଏକ କାର, ୨୦ହଜାର ଟଙ୍କା ସହ ୩ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି।ଗୋଳନ୍ଥରା ଥାନା ଅନ୍ତର୍ଗତ ସୁନାପୁର ବେଳାଭୂମି ରେ ଗତ ୩୦ତାରିଖ ରେ ବଣଭୋଜି କରିବାକୁ ଆସିଥିବା ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହେବା ସହ ଉଭୟ ଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବା ପରେ ଶାନ୍ତ ହୋଇ ସେଠାରୁ ଫେରି ଆସିଲେ। ମୁଖ୍ୟ ଅଭିଯୁକ୍ତ ଇଚ୍ଛାପୁର ବେଲପଡ଼ା ସାହିର ୱାଈ ରାଜୁ ଓ ତାଙ୍କ ସାଙ୍ଗ ଅନ୍ୟ ଅଭିଯୁକ୍ତ ପି.ମୋହନ, ବି.ଗଣପତି, ଏସ.ଦୁର୍ଯ୍ୟଧନ ତିନି ଜଣ ମିଶି ଏ.ବାଲୁ କୁ ବାଦି ଛକ ଏକ କାର ଯାହାର ନଂ (ଆରଜେ ୧୩ସିବି ୦୦୪୧)ରେ ଆସି ନିକଟରେ ଜଗି ଧରିଥିଲେ। ବାଲୁ ଏବଂ ସାଙ୍ଗରେ ଥିବା ଏ.ଯୋଗେନ୍ଦ୍ର ନିଜ ବାଇକ ଯାହାର ନଂ (ଏପି.୩୦କ୍ୟୁ ୨୪୬୫) ଯୋଗେ ଘଟଣା ସ୍ଥଳରେ ଅଭିଯୁକ୍ତ ମାନେ ଏହି ସମୟରେ ମୃତ ବାଲୁ କୁ ନିକଟରେ ଥିବା ଭଣ୍ଡାରୀ ଦୋକାନ ରୁ ବାଳ କାଟିବା କଇଁଚି କୁ ଆଣି ମୃତକ ଏ ବାଲୁ ରେଡ୍ଡୀ ଙ୍କୁ ୱାଈ.ରାଜୁ ନୃସଂସ ଭାବରେ ଦେହର ଛାତି,ପେଟ ଅନ୍ୟ ବିଭିନ୍ନ ସ୍ଥାନକୁ ଆକ୍ରମଣ କରିବା ସହ ଅଣ୍ଡକୋଷ କୁ ମଧ୍ୟ ଆକ୍ରମଣ କରିଥିଲେ।ବାଲୁକୁ କଇଁଚି ଦ୍ୱାରା ଆକ୍ରମଣ କରିବା ସମୟରେ ଯୋଗେନ୍ଦ୍ର ଡରି ମୋଟର ସାଇକେଲ ଯୋଗେ ନିଜ ଗ୍ରାମ କେଦାରପୁର ପଳାଇଥିଲେ। କେ.ବଳରାମ, କେ ଡିଲେଶ ନିଜ ବାଇକ ଦ୍ୱାରା ଘରକୁ ଫେରିବା ସମୟରେ ବାଦିଛକ ରେ ଝଗଡ଼ା କୁ ଅଟକାଇବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ଦୁହେଁ ପାରି ନ ପାରି ଘଟଣା ସ୍ଥଳରେ ଅଭିଯୁକ୍ତ ତିନି ଜଣ ବଳରାମ, ଡିଲେସ କୁ ମଧ୍ଯ ଆକ୍ରମଣ କରିବାକୁ ପଛାଇ ନଥିଲେ। ବାଲୁ ଦୌଡ଼ି ଦୌଡ଼ି ଯାଇ ଓଡ଼ିଆରପି କଲୋନୀ ରାସ୍ତାରେ ପଡ଼ିଯାଇଥିଲେ। ଯାହାଫଳରେ ବାଲୁଙ୍କ ଘଟଣା ସ୍ଥଳରେ ହିଁ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ଘଟିଥିଲା। ଏଥିରେ ଅନ୍ୟ ତିନି ଜଣ ଯୁବକ ମଧ୍ୟ ଆହାତ ହୋଇଥିଲେ।ଘଟଣା ନେଇ ପୂର୍ବରୁ ମୃତକ ବାଲୁ ର ସାଙ୍ଗ ଏ ଯୋଗେନ୍ଦ୍ର ଗୋଳନ୍ଥରା ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୨୬୭/୨୪ ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିଲେ।  ଇଚ୍ଛାପୁର ପୁଲିସ ର ସହାୟତା ନେଇ ଇଚ୍ଛାପୁର ରେଳ ଷ୍ଟେସନ ଠାରେ ୱାଇ.ରାଜୁ, ବି ଗଣେଶ କୁ ଏଵଂ ଦୁର୍ଯ୍ୟଧନ କୁ ଗିରିଶୋଲା ନିକଟରୁ ଗିରଫ କରିଥିବା ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି। ସୂଚନା ଥାଉକି ରବିବାର ଛୁଟି ଦିନ ଥିବାରୁ ଇଚ୍ଛାପୁର ଥାନା ଅନ୍ତର୍ଗତ କେଦାରପୁର ଗ୍ରାମର କିଛି ଯୁବକ ସୁନାପୁର ବେଳାଭୂମି କୁ ବଣ ଭୋଜି କରିବାକୁ ଯାଇଥିଲେ l ସେଠାରେ ଇଚ୍ଛାପୁର ବେଲପଡା ର କିଛି ଯୁବକ ମଧ୍ୟ ବଣଭୋଜି କରିଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳେ ଉଭୟ ଗୋଷ୍ଠି ମଧ୍ୟ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା l ବଣ ଭୋଜି ସାରି ସନ୍ଧ୍ୟାରେ ମୃତକ ବାଲୁ ସମେତ ଅନ୍ୟ ମାନେ ଗ୍ରାମ କୁ ଫେରୁଥିବା ବେଳେ ବାଦି ଛକ ନିକଟରେ ଅନ୍ୟ ଗୋଷ୍ଠି ଯୁବକ ମାନେ ବାଲୁ କୁ ଗୋଡେଇ ଗୋଡେଇ ସଂଘବଦ୍ଧ  ଭାବରେ ଭଣ୍ଡାରୀ ଦୋକାନ ର ଏକ କତୁରୀ ସାହାଯ୍ୟ ରେ ଆକ୍ରମଣ କରିଥିଲେ। ଏଥିରେ ଏ. ବାଲୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ।

LEAVE A REPLY

Please enter your comment!
Please enter your name here