ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡ ବଲ୍ ସଂଗଠନ ତରଫରୁ ନବ ନିର୍ବାଚିତ ବିଧାୟକ କେ ଅନିଲ କୁମାରଙ୍କୁ ସମ୍ବର୍ଦ୍ଧନା

0
120

ବ୍ରହ୍ମପୁର,୦୭/୦୭/୨୦୨୪:ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ନବ ନିର୍ବାଚିତ କେ ଅନିଲ କୁମାରଙ୍କୁ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡ ବଲ୍ ସଂଗଠନ ଦ୍ୱାରା ଓ ଜିଲ୍ଲାର ପୁରୁଷ ଓ ମହିଳା ଦଳ ଏବଂ ଅଭିଭାବକ ଦ୍ୱାରା ବିଧାୟକଙ୍କୁ ଫୁଲ ତୋଡା ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଉତ୍ସବ ରେ ବିଧାୟକଙ୍କ ଦ୍ୱାରା ଗଞ୍ଜାମ ମହିଳା ଦଳ କେଉଁଝର ଠାରେ ଆୟୋଜିତ ହେଇଥିବା ଆନ୍ତଜିଲ୍ଲା ହ୍ୟାଣ୍ଡ ବଲ୍ ପ୍ରତିଯୋଗିତା ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ଖେଳାଳି ମାନଙ୍କୁ ଟ୍ରଫି ସହ ଜର୍ସି ପ୍ରଦାନ କରିଥିଲେ । ଏହି ଉତ୍ସବକୁ ସାଂଗଠାନିକ ସମ୍ପାଦକ ଶ୍ରୀ ଶକ୍ତିଧର ରାଜଗୁରୁ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଶ୍ରୀ ଅଶୋକ ଶୁକ୍ଳା, ସମ୍ପାଦକ ସୁରେଶ୍ ଚନ୍ଦ୍ର ପାଢି,ଏନ ଆଇ ଏସ କୋଚ୍ ପ୍ରଶାନ୍ତ କୁମାର ରଥଙ୍କ ସହ ଖେଳ ପ୍ରେମି ଶ୍ରୀକାନ୍ତ ସାବତ ଏବଂ ବ୍ରହ୍ମପୁର ଷ୍ଟାଡିୟମ୍ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସଞ୍ଜିତ କୁମାର୍ ସାହୁ ଉପସ୍ଥିତ ରହି ବିଧାୟକଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ବିଧାୟକ କେ ଅନିଲ କୁମାର ଖେଳାଳିଙ୍କ ପାଇଁ ଭଲ ଖେଳ ପଡିଆ ଓ ଭିତ୍ତି ଭୂମିର ଉନ୍ନତି ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଉତ୍ସବ ରେ ଜିଲ୍ଲାର ପ୍ରାୟ ୨୦୦ ଖେଳାଳି ଓ ଅଭିଭାବକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here