Home ବ୍ରହ୍ମପୁର ସ୍ପେଶାଳ ପିଠାପୁର ବିଦ୍ୟାଳୟରେ ବନ ମହୋତ୍ସବ ଅନୁଷ୍ଠିତ

ପିଠାପୁର ବିଦ୍ୟାଳୟରେ ବନ ମହୋତ୍ସବ ଅନୁଷ୍ଠିତ

0
86

କବିସୂର୍ଯ୍ୟନଗର,୦୭/୦୭/୨୦୨୪:କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ପିଠାପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି I ଏହି ଅବସରରେ ପ୍ରଧାନଶିକ୍ଷକ ଡକ୍ଟର ସୁରେନ୍ଦ୍ର ନାଥ ସାହୁଙ୍କ ତତ୍ତ୍ଵାବଧାନରେ ପୋଲସରା ବନପାଳ, ସି ଆର ସି ସି, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା, ଶିକ୍ଷକ ରଞ୍ଜିତ କୁମାର ସେଠୀ ଓ ରାମଚନ୍ଦ୍ର ବେହେରା ଗ୍ରାମ ପରିକ୍ରମା କରି ‘ବୃକ୍ଷ ଗୋଟିଏ ଜୀବନ’ ଓ ‘ପିଲାଟିଏ ଗଛଟିଏ’ କାର୍ଯ୍ୟକ୍ରମରେ ବୃକ୍ଷରୋପଣର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ I ଉପସ୍ଥିତ ସମସ୍ତ ଅତିଥି ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସରରେ ଗୋଟିଏ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବେ ବୋଲି ଶପଥପାଠ କରିଥିଲେ I

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!