ପୁରୀ ରଥଯାତ୍ରା:ଦଳାଚକଟା ରେ ଜଣେ ଭକ୍ତଙ୍କ ମୃତ୍ୟୁ

0
9

ପୁରୀ,୦୭/୦୭/୨୦୨୪: ରଥଯାତ୍ରା ଆରମ୍ଭ ହେଉ ହେଉ ଶ୍ରୀକ୍ଷେତ୍ରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ସମୟରେ ୮ରୁ ୧୦ ଜଣ ଦଳାଚକଟା ରେ ଆହତ ହୋଇଥିବା ବେଳେ ତାଳଧ୍ବଜ ଟଣା ହେବାବେଳେ ଜଣେ ପୁରୁଷ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି । ଠେଲାପେଲା ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇଥିବା ସମୟରେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରାଯାଇଛି ।ଅନ୍ୟପଟେ ଆହତ ମାନଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦିଆଯାଇଛି । ତାଳଧ୍ବଜ ଟାଣିବା ସମୟରେ ଦଳାଚକଟାରେ ଗୁରୁତର ହୋଇଥିବା ପୁରୁଷ ଶ୍ରଦ୍ଧାଳୁଙ୍କୁ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ବୟସ ୪୫ରୁ ୫୦ ବର୍ଷ ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here