ବି.କରଡ଼ାବାଡ଼ି ହାଇ ସ୍କୁଲରେ ୭୫ ତମ ବନ ମହୋତ୍ସବ

0
36

ବୁଗୁଡା ୮/୭/୨୪ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମର ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବନ ମହୋତ୍ସବ ଉପଲକ୍ଷେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବି.କରଡ଼ାବାଡ଼ି ଶାଖା ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ର ପରିଚାଳକ ନିହାର ରଞ୍ଜନ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ମାଣିତରା ସେକ୍ସନ ବନପାଳ ସୁନିତା ପାତ୍ର, ବନବିଭାଗ କର୍ମଚାରୀ ହେମନ୍ତ କୁମାର ପାତ୍ର ଓ ଧ୍ରୁବ ଚରଣ ନାୟକ ଏବଂ ବିରଞ୍ଚିପୁର କ୍ଲଷ୍ଟର ସିଆରସିସି ଦେବଦତ୍ତ ମହାନ୍ତି ଯୋଗଦେଇଥିଲେ। ଅତିଥି ବୃନ୍ଦ ବନ ମହୋତ୍ସବର ଉପକାରୀତା ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ଭାରତ ସ୍କାଉଟ ଓ ଗାଇଡ଼ ସ୍ୱେଚ୍ଛାସେବୀ ଓ ବନ କର୍ମଚାରୀ ବୃନ୍ଦ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here