ସ୍ୱାଭିମାନି ଓଡ଼ିଆ ନବୀନ ବାବୁ ଓ ଧର୍ମେନ୍ଦ୍ର ବାବୁ

0
42

ବୁଗୁଡା ୯/୭/୨୪ ଶ୍ରୀକ୍ଷେତ୍ର ଧାମରେ ପୃଥିବୀ ପ୍ରସିଦ୍ଧ ରଥଯାତ୍ରା। ବଡ ଦାଣ୍ଡରେ ରଥାରୂଢ ହେଲେଣି ତିନି ଠାକୁର। ଠାକୁରଙ୍କୁ ଦର୍ଶନ କରିବା ପାଇଁ ସ୍ୱତନ୍ତ୍ର ମଞ୍ଚରେ ବସିଥିଲେ ମହାମହିମ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ରାଜ୍ୟପାଳ ରଘୁବର ଦାସ , ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ନେତା।ରଥ ଟଣା ଆରମ୍ଭ ହୋଇନାହିଁ। ଠାକୁରଙ୍କୁ ଦର୍ଶନ କରିବା ପାଇଁ ପୁରୀ ବଡ଼ଦାଣ୍ଡରେ ଆସି ପହଞ୍ଚିଲେ ଓଡ଼ିଶାର ୨୪ ବର୍ଷର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମାନ୍ୟବର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସ୍ୱାଭିମାନି ଓଡ଼ିଆ ନବୀନ ବାବୁ ମଞ୍ଚ ଉପରେ ମହାମହିମ ରାଷ୍ଟ୍ରପତିଙ୍କୁ ଦେଖି ମଞ୍ଚ ତଳକୁ ଯାଇ ନମସ୍କାର କରିବା ସହ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ରାଷ୍ଟ୍ରପତିଙ୍କ ସମେତ ସମସ୍ତ ମଞ୍ଚାସୀନ ରାଜନେତା ଛିଡ଼ାହୋଇ ନବୀନ ବାବୁଙ୍କୁ ସମ୍ମାନ ଜଣାଇଥିଲେ। ସଙ୍ଗେ ସଙ୍ଗେ ମଞ୍ଚ ଉପରୁ ସ୍ୱାଭିମାନି ଓଡ଼ିଆ ଧର୍ମେନ୍ଦ୍ର ବାବୁ ମଞ୍ଚରୁ ଓହ୍ଲାଇ ମଞ୍ଚ ତଳେ ଛିଡ଼ାହୋଇଥିବା ନବୀନ ବାବୁଙ୍କ ନକଟକୁ ଯାଇ ତାଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ। ରାଜ୍ୟପାଳ ଙ୍କ ନିକଟରେ ସେ ବସିଥିବା ଆସନରେ ନବୀନ ବାବୁଙ୍କୁ ବସିବାକୁ ଦେଇ ତାଙ୍କ ନିକଟରେ ଅନ୍ୟ ଆସନରେ ବସିଥିଲେ। ୨୪ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଛାତ୍ର ଜୀବନରୁ ରାଜନୀତି ସହ ସଂଶ୍ଳିଷ୍ଟ ଥାଇ ମୋଦିଜୀଙ୍କ ତିନି ଥରର ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ସ୍ୱାଭିମାନି ଓଡ଼ିଆ। ଏହି ଦୁଇ ନେତା ପବିତ୍ର ଗୁଣ୍ଡିଚା ଯାତ୍ରା ଦିନ ସାରା ଦେଶର ତଥା ବିଶ୍ୱର ଜନସାଧାରଣଙ୍କୁ ଦେଖାଇ ଦେଲେଯେ ସେ ଦୁହେଁ ଓଡ଼ିଆ ଅସ୍ମିତା ବା ଅହଙ୍କାରୀ ଓଡ଼ିଆ ନୁହଁନ୍ତି, ସ୍ୱାଭିମାନି ଓଡ଼ିଆ। ପୁଣି ନବୀନ ବାବୁ ମଞ୍ଚରୁ ଓହ୍ଲାଇ ଆସିବା ବେଳେ ତାଙ୍କ ସହିତ ଧର୍ମେନ୍ଦ୍ର ବାବୁ ମଞ୍ଚ ତଳକୁ ଆସି ନମସ୍କାର ସହ ବିଦାୟ ଦେଇଥିଲେ। ଏହି ଉତ୍ସବ କେନ୍ଦ୍ରର କାର୍ଯ୍ୟ ହୋଇନଥିଲେ ମଧ୍ୟ ଜଣେ ସ୍ୱାଭିମାନି ଓଡ଼ିଆ ଭାବେ ଧର୍ମେନ୍ଦ୍ର ବାବୁ ଯେଉଁ ଉଦାହରଣ ସୃଷ୍ଟି କଲେ ରାଜ୍ୟ ନେତାମାନେ ଏଥିରୁ ଶିକ୍ଷାଲାଭ କରିବା ସହ ଓଡିଶା ବାସୀ ଏହି ଦୁଇ ସ୍ୱାଭିମାନି ନେତାଙ୍କ ବ୍ୟବହାରକୁ ଶିକ୍ଷିବା ଆବଶ୍ୟକ।

LEAVE A REPLY

Please enter your comment!
Please enter your name here