ଛତ୍ରପୁର,୦୯/୦୭/୨୦୨୪ :ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଚଳିତ ମାସ ୨୫ ତାରିଖରେ ରାଜ୍ୟ ସ୍ତରରେ ପାଳିତ ହେବ । ଏହି ଉପଲକ୍ଷେ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ ସ୍ତରରୁ ପ୍ରତିଯୋଗୀତା ମାଧ୍ୟମରେ ଚୟନ ହୋଇଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମଙ୍ଗଳବାର ଜିଲ୍ଲା ସଂସ୍କୃତି ଭବନ, ସ୍ଵାଧୀନତା ସ୍ମାରକୀ ଭବନ ଠାରେ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ହୋଇଯାଇଛି । ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବ୍ଲକ ସ୍ତରରୁ କୃତକାର୍ଯ୍ୟ ହୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉଭୟ କନିଷ୍ଠ ବର୍ଗ (ଷଷ୍ଠ ଓ ସପ୍ତମ ଶ୍ରେଣୀ) ଏବଂ ବରିଷ୍ଠ ବର୍ଗ (ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ) ଓଡିଆ ପ୍ରବନ୍ଧ,ବକ୍ତୃତା,କବିତା ଆବୃତ୍ତି,ସାଧାରଣ ଜ୍ଞାନ ଓ ଇଂରାଜୀ ରୁ ଓଡିଆ ଅନୁବାଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ସଂସ୍କୃତି ଅଧିକାରୀ, ରବି ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପରିଚାଳିତ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ବିଚାରକ ଭାବେ ଡ଼. ହୃଷୀକେଶ ପଣ୍ଡା, ବିଘ୍ନେଶ୍ଵର ସାହୁ, ଡ. ଇମତିହାନ ସାହା, ଡ଼. ଭି ରାଜେନ୍ଦ୍ର ରାଜୁ, ପ୍ରଶାନ୍ତ କୁମାର ଶତପଥୀ, ମନୋଜ କୁମାର ସାହୁ ପ୍ରମୁଖ ବିଚାରକ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ । ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ , ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ଜିଲ୍ଲା ସ୍ତରରେ ପୁରସ୍କୃତ କରଯାଇଥିଲା । ଏଠାରେ ପ୍ରକାଶ ଥାଉକି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଯାହା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ଵରଠାରେ କନିଷ୍ଠ ବର୍ଗର ଛାତ୍ରଛାତ୍ରୀ ତା ୧୪.୦୭.୨୦୨୪ ଦିନ ଏବଂ ବରିଷ୍ଠ ବର୍ଗ ପ୍ରତିଯୋଗୀ ମାନଙ୍କ ପ୍ରତିଯୋଗୀତା ତା. ୧୭.୦୭.୨୦୨୪ ରିଖରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ଜିଲ୍ଲା ସଂସ୍କୃତି ଓ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟ।ଳୟର କର୍ମକର୍ତ୍ତା ଗଣ ସହଯୋଗ କରିଥିଲେ ।
Home ବ୍ରହ୍ମପୁର ସ୍ପେଶାଳ ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଅବସରରେ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ