ଶ୍ରେଣୀ ଗୃହ ପାଇଁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା

0
36

ବୁଗୁଡା ୧୦/୭/୨୪ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଖରିଡା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ପାଇଁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଜୁଲାଇ ୪, ୫ ଓ ୬ ତାରିଖ ତିନି ଦିନ ପାଇଁ ଅନୁଷ୍ଠିତ ହୋଇଯାଇଛି। ଏହି ତ୍ରିଦିବସୀୟ କର୍ମଶାଳାକୁ ମୁଖ୍ୟ ଅତିଥି ବୁଗୁଡା ବିଇଓ ଚିନ୍ମୟ ମହାପାତ୍ର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ବୁଗୁଡା ଏବିଇଓ ଅମିତା କୁମାରୀ ପାଢ଼ୀ ଓ ତପସ୍ୱିନୀ ସାହୁ, ଖଲ୍ଲିକୋଟ ଡି.ଆଇ.ଇ.ଟି. ସଂଯୋଜକ ଗାୟତ୍ରୀ ସ୍ୱାଇଁ, ତାଳସାକର ୟୁ.ପି. ସ୍କୁଲ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ, ଖରିଡା ଗ୍ରାମ୍ୟ କମିଟି ସଭାପତି ହରିହର ବିଷୋୟୀ, ଓ ମାଣିତରା କ୍ଲଷ୍ଟର ସିଆରସିସି ଶଶିକାନ୍ତ ପାତ୍ର ଯୋଗଦେଇଥିଲେ। ଖରିଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଅତିଥି ବୃନ୍ଦ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଭିତ୍ତିକ ଶିକ୍ଷଣ ସାମଗ୍ରୀ କର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ଧାରଣା ପ୍ରଦାନ କରିଥିଲେ। ସାଧନ କର୍ମୀ ଭାବେ ଖଲ୍ଲିକୋଟ ଡିଆଇଇଟି ସଂଯୋଜକ ଗାୟତ୍ରୀ ସ୍ୱାଇଁ, ବାଲିପଦର କ୍ଲଷ୍ଟର ସିଆରସିସି ପ୍ରକାଶ ଚନ୍ଦ୍ର ପରିଡା,ଓ ଖରିଡା ବିଦ୍ୟାଳୟର ଏଫଏଲଏନ ଶିକ୍ଷକ ଅନନ୍ତ ନାରାୟଣ ପ୍ରଧାନ ଯୋଗଦେଇ କର୍ମଶାଳାରେ ତାଲିମ ପ୍ରଦାନ କରିଥିଲେ। କର୍ମଶାଳାରେ ପ୍ରଥମ ଶ୍ରେଣୀ ରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତା ବୃଦ୍ଧି, ଅଭିଭାବକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଏବଂ ଛାତ୍ରଛାତ୍ରୀଙ୍କ ଭାଷା ଓ ଗଣିତ ଜ୍ଞାନ ବୃଦ୍ଧି ପାଇଁ ଆବଶ୍ୟକ କୌଶଳ ଓ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ଏହି କର୍ମଶାଳାରେ ବୁଗୁଡା ବ୍ଳକର ୧୧ ଗୋଟି କ୍ଲଷ୍ଟରର ୨୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here