ମହାମାୟୀ କଲେଜ ନୂତନ କ୍ୟାମ୍ପସ୍ ରେ ବନମହୋତ୍ସବ

0
45

ବ୍ରହ୍ମପୁର,୧୧/୦୭/୨୦୨୪:ସ୍ଥାନୀୟ
ମିନାକ୍ଷୀ ନଗର ଠାରେ ଥିବା ମହାମାୟୀ ମହିଳା ମହାବିଦ୍ୟାଳୟର ନୂତନ କ୍ୟାମ୍ପସ୍ ଠାରେ ଯୁବ ରେଡ୍ କ୍ରସ ଏବଂ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବନମହୋତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କବିତା ଶତପଥି ଙ୍କ ପୌରହିତ ରେ ହୋଇଥିବା ଏହି ମହୋତ୍ସବରେ କଲେଜ ପରିଚାଳନା କମିଟି ସଭାପତି ପ୍ରଫେସର ଅରୁନ୍ଧତୀ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନୂତନ କ୍ୟାମ୍ପସ୍ ପଡିଆରେ ୩୦ ରୁ ଅଧିକ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରିଣି ଡ. ଜୟନ୍ତି ରାଣୀ ପଣ୍ଡା, ଆକାଉଣ୍ଟାଣ୍ଟ ଅଧିକାରୀ ଡ. ସୁବ୍ରତ କୁମାର ପଣ୍ଡା ରେ ଡକ୍ରସ୍ କୋଡିନାଟର ଡଃ ସ୍ଵର୍ଣ୍ଣଲତା ପଟ୍ଟନାୟକ, ଜାତୀୟ ସେବା ଯୋଜନା ଅଧିକାରୀଣି ସମିତା ସାହୁ ଏବଂ ସୁନିତା ଜେନା, ସେଲ୍ପ ଡିଫେନସ୍ କ୍ଲବ୍ ଅଧିକାରୀଣି ଡଃ ନିବେଦିତା ମହାପାତ୍ର ଏବଂ ଆଶାକିରଣ ପଣ୍ଡା ଙ୍କ ସମେତ ସମସ୍ତ ଅଧ୍ୟାପିକା, ଅଧ୍ୟାପକ ତଥା ଛାତ୍ରୀ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣରେ ସାହାଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here