ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅବସରରେ ନିର୍ଭୟା କଢି,ମୋ ଗେହ୍ଲା ଝିଅ ଓ ଶିଶୁ ଶ୍ରମିକ ଦୂରୀକରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟି ଏବଂ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସମୀକ୍ଷା ବୈଠକ

0
33

ଛତ୍ରପୁର,୧୧/୦୭/୨୦୨୪ ନିର୍ଭୟା କଢି, ମୋ ଗେହ୍ଲା ଝିଅ ଓ ଶିଶୁ ଶ୍ରମିକ ଦୂରୀକରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟି ଏବଂ ଜିଲ୍ଲା ଶିଶୁ ସୁରକ୍ଷା କମିଟି ତଥା ମିଶନ ବାତ୍ସଲ୍ଯର ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳ ଙ୍କ ସଦ୍ଭାବନା କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ନିଜ ଅଭିଭାଷଣରେ କହିଥିଲେ ଯେ, ଜିଲ୍ଲାରେ ପ୍ରତ୍ୟକ ଶିଶୁମାନଙ୍କ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର ପଦକ୍ଷେପ ମାନ ନେଉଛନ୍ତି । ଜିଲ୍ଲାରେ ଦୁଇଟି ଅଭିନବ କାର୍ଯ୍ୟକ୍ରମ ମୋ ଗେହ୍ଲା ଝିଅ ଏବଂ ନିର୍ଭୟା କଢି ଭଳି କାର୍ଯ୍ୟ ହାତକୁ ନିଆଯାଇଛି । ଜିଲ୍ଲାରେ ଶିଶୁମାନଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଥିବା ବିଭିନ୍ନ କମିଟି ମାନେ ନିଜର ଦାୟିତ୍ଵ ଠିକ ଭାବରେ ନିର୍ବାହ କରି ଶିଶୁମାନଙ୍କ ସୁରକ୍ଷା ଦିଗରେ ଦେଖା ଦେଉଥିବା ଅସୁବିଧା ଗୁଡିକୁ ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ବ୍ରହ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର ମଧ୍ୟ ଉପସ୍ଥିତ ରହି ଜିଲ୍ଲାରେ ଭି.ଏଚ.ଏସ.ଏନ.ଡି କାର୍ଯ୍ୟ କ୍ରମ କେମିତି ସୂଚାରୁ ରୂପେ ହୋଇପାରିବ, ସେ ଦିଗରେ ମତାମତ ଦେବା ସହିତ ଜିଲ୍ଲାରେ ଶିଶୁ ମୃତ୍ୟୁ ହାରକୁ ରୋକିବା ଦିଗରେ ସ୍ୱାସ୍ଥ୍ୟ ବିଭାଗ ଏବଂ ସମାଜ ମଙ୍ଗଳ ବିଭାଗ ମିଳିତ ଭାବରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ବୈଠକରେ ମତବ୍ୟକ୍ତ କରିଥିଲେ । ଗତ ତିନି ମାସରେ ହୋଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା କରିଲାବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅବେଦା ପରବୀନ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ଜିଲ୍ଲାରେ ବିଭିନ୍ନ ବିଭାଗର ସମନ୍ଵୟରେ ଶିଶୁମାନଙ୍କର ସୁରକ୍ଷାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଛତ୍ରପୁର ଏବଂ ବ୍ରହ୍ମପୁର ଜିଲ୍ଲାରେ ଶିଶୁ ଶ୍ରମିକ ରୋକିବା ଦିଗରେ ଶ୍ରମ ବିଭାଗ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲାର ଶିକ୍ଷା ବିଭାଗ ର ଅଧିକାରୀ ମଧ୍ୟ ଜିଲ୍ଲାରେ ଶିଶୁମାନଙ୍କୁ ଶିକ୍ଷା ଯୋଗାଇଦେବା ପାଇଁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲାରେ ହେଉଥିବା ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସ୍ତରରୁ ଆରମ୍ଭ କରି ଗ୍ରାମ ସ୍ତର ପର୍ଯ୍ୟନ୍ତ ସଠିକ ନିୟମରେ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ମତବ୍ୟକ୍ତ କରିଥିଲେ। ଜିଲ୍ଲାରେ ପ୍ରତ୍ୟେକ ଗ୍ରାମରେ ସମ୍ବେଦନଶୀଳ ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା କାର୍ଯ୍ୟ କ୍ରମର ସାମିଲ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାରେ ଥିବା ପ୍ରତ୍ୟକ ଗ୍ରାମରେ କୋଠାଘର ମାନଙ୍କରେ ବାଲ୍ୟ ବିବାହ ନିଷେଧ ଆଇନ ସମ୍ପର୍କରେ ସଚେତନତା ବାର୍ତ୍ତା ଲିପିବଦ୍ଧ ହେବବୋଲି ବୈଠକରେ ସ୍ଥିର କରଯାଇଥିଲା। ବାଲ୍ୟ ବିବାହ ବନ୍ଦ ଏବଂ ଶିଶୁ ଶ୍ରମିକରୁ ଉଦ୍ଧାର ହୋଇଥିବା ଶିଶୁ କେମିତି ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପିତ ହେବେ ଏବଂ ବିଭିନ୍ନ ସରକାରୀ ଯୋଜନା ସହିତ ସାମିଲ ହେବେ ସେଥିପ୍ରତି ସମସ୍ତ ବିଭାଗୀୟ ଅଧିକାରୀମାନେ ଗୁରୁତ୍ଵ ଦେବା ପାଇଁ ବୈଠକରେ ଶ୍ରୀ ପୃଷ୍ଟି ନିର୍ଦ୍ଦେଶ ଦେଇଥିଲେ। ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିଶୁ ସୁରକ୍ଷା ବିଭାଗର କର୍ମକର୍ତ୍ତା ଶରତ ମହାରଣା, ଶିବ ରଥ, ସୁଜିତ କୁମାର ସାହୁ, ଆକ୍ସନ ଏଡ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ, ଅରୁଣାର ସଂଯୋଜକ ମାର୍କଣ୍ଡ ମିଶ୍ର , ଶିଶୁ ମଙ୍ଗଳ ସମିତିର ଡଃ ଦିଲୀପ ତ୍ରିପାଠୀ, ପ୍ରଣବ ପାଢି ଏବଂ ଜିଲ୍ଲାରେ ସମସ୍ତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ,ଜିଲ୍ଲା ଶିକ୍ଷା ବିଭାଗର ଜ୍ଯୋତି ପ୍ରକାଶ ରଥ, ଜିଲ୍ଲା କିଶୋର ନ୍ୟାୟ ବୋର୍ଡ, ଶିଶୁ ମଙ୍ଗଳ ସମିତି ର ସମସ୍ତ ସଦସ୍ୟ ଓ ଜିଲ୍ଲାର ପ୍ରମୁଖ ସ୍ଵେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ଏବଂ ସମ୍ପୃକ୍ତ ଅଧିକାରୀଗଣ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here