ବୁଗୁଡା ୧୧/୭/୨୪ ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନ ଖଣ୍ତ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳ, ପଞ୍ଚଭୁତି ସେକ୍ସନର ପଞ୍ଚଭୂତି ଗ୍ରାମର ନେହେରୁ ଉଚ୍ଚ ବିଦ୍ୟାଳୟରେ ଜୁଲାଇ ୧୧ ତାରିଖ ଦିନ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବନ ମହୋତ୍ସବ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥିଭାବେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରଦ୍ଯୁମ୍ନ କୁମାର ନାୟକ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ,ଦକ୍ଷିଣ ଘୁମୁସର ବନ ଖଣ୍ତ ଅଧିକାରୀ ବିନୋଦ ଆଚାର୍ଯ୍ଯ ଓ ଉତ୍ତର ଘୁମୁସର ବନ ଖଣ୍ତ ଅଧିକାରୀ ନୃସିଂହ ଚରଣ ମହାନ୍ତି ଏବଂ ସମ୍ମାନିତ ଅତିଥି ଭାବେ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ଓ ନେହେରୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପାତ୍ର ଯୋଗଦେଇଥିଲେ। ଅତିଥି ବୃନ୍ଦ ବୃକ୍ଷ, ଜଙ୍ଗଲ ଓ ବନ୍ୟ ଜନ୍ତୁଙ୍କ ଉପକାରୀତା ବିଷୟରେ କହିବା ସହ ଏହିସବୁକୁ ସୁରକ୍ଷା ଦେବାକୁ ପରାମର୍ଶ ଦେଇଥିଲେ। ବୃକ୍ଷ ଲଗାଇ ପୃଥିବୀ ମା’ଆକୁ ସବୁଜିମା କଲେହିଁ ମାନବ ସମାଜ ଓ ପ୍ରାଣୀ ସମାଜ ବଞ୍ଚି ରହିପାରିବ । ପରିବେଶ ସୁରକ୍ଷା ପାଇଁ ସମସ୍ତେ ବୃକ୍ଷ ରୋପଣ କରି ତାହାକୁ ବଢ଼ାଇବା ପର୍ଯ୍ୟନ୍ତ ଯତ୍ନ ନେବା ପାଇଁ ସଚେତନ ହେବାକୁ କହିଥିଲେ। ଏହି ଅବସରରେ ଅତିଥି ବୃନ୍ଦ ସ୍କୁଲ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ। ବନବିଭାଗର ସମସ୍ତ କର୍ମଚାରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଏବଂ ସ୍କାଉଟ ଆଣ୍ଡ ଗାଇଡ୍ସର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ବୃନ୍ଦ ବୃକ୍ଷ ରୋପଣ ସହ ପରିଚାଳନାରେ ସହଯୋଗ କରିଥିଲେ।