ମହାମାୟୀ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗର ପାଠଚକ୍ର

0
53

ବ୍ରହ୍ମପୁର,୧୨/୦୭/୨୦୨୪: ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଏକ ପାଠଚକ୍ର ଅଧ୍ୟକ୍ଷା ଶ୍ରୀମତୀ କବିତା ଶତପଥି ଙ୍କ ଅନୁମତି କ୍ରମେ ଅନୁଷ୍ଠିତ ହୋଇଯାଇଛି। ଏହି ପାଠଚକ୍ରରେ ” Reproductive Biology” ଶୀର୍ଷକ ବିଷୟରେ ଆଲୋଚନା କରାଯାଇଥିଲା। ଏଥି ରେ ବିଭାଗୀୟ ମୁଖ୍ୟା ଡଃ ଅମିତା କୁମାରୀ ପଣ୍ଡା ଅଧ୍ୟକ୍ଷତା କରିଥିଲାବେଳେ ଅଧ୍ୟାପିକା ଡଃ. ସ୍ୱର୍ଣ୍ଣଲତା ପଟ୍ଟନାୟକ, ସବିତା ବାରିକ ଆଲୋଚନାରେ ଭାଗନେଇଥିଲେ । ଡେମନ ଷ୍ଟେଟର ପ୍ରିୟ ଦର୍ଶନୀ ମେକାପ ଙ୍କ ସହଯୋଗୀତା ରେ ସେମିନାର ସେକ୍ରେଟାରୀ ରେଶମା ସାମନ୍ତ ଏବଂ ଆରାଧନା ମହାରଣା ସଭା ପରିଚାଳନା କରିଥିଲେ । ଶେଷ ବର୍ଷର ସମସ୍ତ ଛାତ୍ରୀ ନିଜ ନିଜ ସଂଦର୍ଭ ପାଠ କରିଥିବା ବେଳେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here