ଗୃହ ବିଜ୍ଞାନ ବିଭାଗରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ

0
40

ବ୍ରହ୍ମପୁର,୧୨/୦୭/୨୦୨୪:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗୃହ ବିଜ୍ଞାନ ବିଭାଗରେ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି l ଏହି ଦିବସର ଗୁରୁତ୍ୱକୁ ଛାତ୍ରୀମାନେ ପୋଷ୍ଟର ମାଧ୍ୟମରେ ପ୍ରଦର୍ଶିତ କରିଥିଲେ l ବିଭାଗରେ ଏହି ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା l ଏଥିରେ ବିଭାଗୀୟ ମୁଖ୍ୟା ପ୍ରାଧ୍ୟାପିକା ଡ଼ଃ ସସ୍ମିତା ବେହେରା, ଅଧ୍ୟାପିକା ଅଲିତା ମିଞ୍ଜ ଏବଂ ଡ଼ଃ ଅନିତା ପାଣ୍ଡେ ଅଂଶ ଗ୍ରହଣ କରି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତିଯୋଗିତାର ବିଷୟ ବସ୍ତୁ ଥିଲା “ପରିବାର ନିୟନ୍ତ୍ରଣର ଗୁରୁତ୍ୱ, ଲିଙ୍ଗଗତ ସମନତା, ମା ‘ର ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର” l ଏହି ପ୍ରତିଯୋଗିତାରେ ଇସାଣି ସାମନ୍ତରାୟ, ଏବଂ ସି. ଏଚ. ରୋଜା ପ୍ରଥମ ପୁରସ୍କାର, ଦୀପା ରାଇକା ଦ୍ୱତୀୟ ପୁରସ୍କାର ଏବଂ ସଂଗୀତା ପ୍ରିୟଦର୍ଶିନୀ ବିଶ୍ୱାଳ ଓ ବର୍ଷା ରଣା ତୃତୀୟ ପୁରସ୍କାର ପାଇଲେ ।

LEAVE A REPLY

Please enter your comment!
Please enter your name here