ବଜ୍ରପାତରେ ଜଣେ ଚାଷୀ ମୃତ ଓ ଜଣେ ଚାଷୀ ଆହାତ

0
71

ପୋଲସରା ୧୩/୭/୨୪ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଜେ.ଡେଙ୍ଗାପଦର ଗ୍ରାମରେ ଜୁଲାଇ ୧୩ ତାରିଖ ଦିନ ବଜ୍ରପାତରେ ଜଣେ ଚାଷୀକ ମୁତ୍ଯୁ ଘଟିଥିବା ବେଳେ ଅନ୍ୟ ଜଣେ ଚାଷୀ ଆହାତ ହୋଇଛନ୍ତି। ଅପରାହ୍ନ ସମୟରେ କିଶୋର ବେହେରା ଓ ପାଣ ସ୍ୱାଇଁ ଦୁଇ କୃଷକ ଚାଷକାର୍ଯ୍ଯ କରିବା ପାଇଁ ନିଜର ଜମିକୁ ଜଯାଇଥିବା ବେଳେ ହଠାତ୍ ବଜ୍ରପାତରେ ଆହାତ ହୋଇଥିଲେ। ସ୍ଥାନୀୟ ଲୋକେ ଦୁଇ ଆହାତ ଚାଷୀଙ୍କୁ ପୋଲସରା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ମେଡିକାଲରେ ଡାକ୍ତର ପରୀକ୍ଷା କରି କିଶୋର ବେହାରାଙ୍କୁ ମୁତ୍ଯୁ ଘୋଷଣା କରିଥିବା ବେଳେ ପାଣ ସ୍ୱାଇଁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ପ୍ରକାଶ କରିଥିଲେ। ଖବର ପାଇ ପୋଲସରା ପୋଲିସ୍ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ଶବ ବ୍ଯବଛେଦ ପାଇଁ ପଠାଇଥିବା ଜଣାପଡିଛି। ଗ୍ରାମବାସୀ ବୃନ୍ଦ ମୁତକଙ୍କ ପରିବାରକୁ କ୍ଷତିପୁରଣ ଦେବାକୁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here