ବ୍ରହ୍ମପୁର,୧୪/୦୭/୨୦୨୪:
ରଙ୍ଗେଇଲୁଣ୍ଡା ବ୍ଳକ ପକ୍ଷରୁ ସାଧାରଣ ବୈଠକ ସହ ସମ୍ବର୍ଦ୍ଧନା ଉତ୍ସବ ଶନିବାର ଦିନ ସଦଭାବନା ସଭାଗୃହରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ନବନିର୍ବାଚିତ ଗୋପାଳପୁର ବିଧାୟକ ତଥା ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ରଙ୍ଗେଇଲୁଣ୍ଡା ବ୍ଲକ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସାଧାରଣ ନିର୍ବାଚନ ପରେ ବ୍ଲକର ପ୍ରଥମ ସମୀକ୍ଷା ବୈଠକରେ ଯୋଗ ଦେଇଥିବା ନବ ନିର୍ବାଚିତ ବିଧାୟକ ତଥା ମନ୍ତ୍ରୀ ପକ୍ଷରୁ ଦିଆଯାଇଥିବା ଭବ୍ୟ ସ୍ଵାଗତ ସମ୍ବଦ୍ଧନାକୁ ମନ୍ତ୍ରୀ ଉତ୍ସାହର ସହ ଗ୍ରହଣକରି ଏଭଳି ଉତ୍ସର୍ଗିକୃତ ସମ୍ବର୍ଦ୍ଧନା ପାଇଁ ବ୍ଲକ କର୍ତ୍ତୃପକ୍ଷ ଓ ବ୍ଲକ କର୍ମଚାରୀ ଙ୍କୁ ସାଧୁବାଦ ଦେଇଥିଲେ। ରଙ୍ଗେଇଲୁଣ୍ଡା ବ୍ଲକ କୁ ସରସ ସୁନ୍ଦର କରିବା ସହ ସମସ୍ତେ ଏକାଠି ହୋଇ ସରକାରୀ ଯୋଜନା କୁ କିପରି ଅଞ୍ଚଳରେ କାର୍ଯ୍ୟ କରିବା ସେନେଇ ମନ୍ତ୍ରୀ ନିଜର ବକ୍ତବ୍ୟରେ କହିବା ସହ ତଳସ୍ତରରୁ ଉପରସ୍ତରର ଅଧିକାରୀମାନେ ବିଭାଗ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷାକରି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ମନ୍ତ୍ରୀ କହିଥିଲେ, ବିଗତ ବର୍ଷ ମାନଙ୍କରେ ବ୍ଲକ ସହିତ ମୁଁ ସରପଞ୍ଚ,ଜିଲ୍ଲା ପରିଷଦ ଭାବେ ସାଧାରଣରେ ଜଡିତ ଥିଲି । ବର୍ତ୍ତମାନ ମନ୍ତ୍ରୀ ହୋଇଛି । ତେଣୁ ଏହି ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଧାନସଭା ରେ ଆଲୋଚନା କରିବି। ଦଳମତ ନିର୍ବିଶେଷରେ ବ୍ଲକ୍ ର ଉନ୍ନତି ପାଇଁ ସମସ୍ତେ ଏକାଠି କାମ କରିବାକୁ ସେ ଆହ୍ୱାନ କରିଥିଲେ। ପଞ୍ଚାୟତ ରୁ ସରପଞ୍ଚ ଭାବେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ମନ୍ତ୍ରୀ ବିଭୂତି ଭୂଷଣ ଜେନା ଅଞ୍ଚଳବାସି ଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ନେଇ କାର୍ଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ସମ୍ବର୍ଦ୍ଧନା ସଭାରେ କେବଳ ବିଜେପି ସମର୍ଥିତ ୧୧ଜଣ ଆସିଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ବିଡ଼ିଓ ଙ୍କୁ ଦଳମତ ନିର୍ବିଶେଷରେ ସମସ୍ତ ସମିତି ସଭ୍ୟ ସରପଞ୍ଚ ମାନେ ବୈଠକ କୁ ଆସିବାକୁ ପରାମର୍ଶ ଦେଇଥିଲେ। ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକ ସୂଚାରୁ ରୂପେ ତୁଲାଇବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ର ସିଡିପିଓ ଙ୍କୁ ତାଗିଦ୍ କରିଥିଲେ। ଏହା ପରେ ବ୍ଲକ
ଶିକ୍ଷାବିଭାଗ ରେ ଦାୟିତ୍ଵ ହୀନତା କାର୍ଯ୍ୟ ନେଇ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ତାଗିଦ୍ କରିଥିଲେ । ବ୍ଲକ କର୍ମଚାରୀ ମାନେ ମନମୁଖୀ କାର୍ଯ୍ୟ କରିବା ନେଇ ସରକାରୀ କର୍ମଚାରୀ ମାନେ ଗତ ସରକାର ବେଳେ ହାତ ବାରିସି ସାଜି କାମ କରୁଥଲେ ଏଣିକି ଏପରି ଚଳିବ ନାହିଁ ବୋଲି ବିଡ଼ିଓ ଙ୍କୁ ତାଗିଦ୍ କରିଥିଲେ।ଏହି ବୈଠକରେ ବିଡ଼ିଓ ଅଂଶୁମାନ ମହାପାତ୍ର,ବିଇଓ ଦେବେନ୍ଦ୍ର ବେହରା,ସିଡିପିଓ ଜ୍ୟୋସ୍ନା ପାଢ଼ୀ ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ