ମାରଦା ମନ୍ଦିରରେ ମିଟୁ ସେନା ପକ୍ଷରୁ ବୃକ୍ଷ ରୋପଣ

0
53

ପୋଲସରା ୧୪/୦୭/୨୪ ପୋଲସରା ବ୍ଲକ ଅନ୍ତର୍ଗତ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିସରରେ ରବିବାର ଦିନ ମିଟୁ ସେନା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟାକ୍ରମ ଅନୁଷ୍ଠିତ ହୋଇଯାଇଛି । ୭୫ ତମ ବନ ମୋହତ୍ସବ ଉପଲକ୍ଷେ ମିଟୁ ସେନା, ମଥୁରା ୟୁଥ କ୍ଲବ ଓ ଜୟ ଦୁର୍ଗା ନାଟ୍ୟ ସଂସଦର ସଦସ୍ୟ ଏବଂ ପୋଲସରା ବନାଞ୍ଚଳର କର୍ମଚାରୀ ବୃନ୍ଦ ମାରଦା ମନ୍ଦିର ପରିସରରେ ବୃକ୍ଷ ରୋପଣ କରିଥିଲେ । ଗଛ ବଞ୍ଚିଲେ ହିଁ ମାନବ ସମାଜ ଓ ପ୍ରାଣୀ ସମାଜ ବଞ୍ଚିପାରିବ । ସଚେତନତା ସୃଷ୍ଟି ପାଇଁ ମିଟୁ ସେନାର ସମସ୍ତ ସଦସ୍ୟ ବୃନ୍ଦ ହାତରେ ବ୍ୟାନର ଧରି ଜନସାଧାରଣଙ୍କୁ ଗଛ ଲଗାଇବାର ମହତ ଉଦ୍ଦେଶ୍ୟ ବିଷୟରେ ବାର୍ତ୍ତା ଦେଇଥିଲେ । ଏହି ଅବସରରେ ବରିଷ୍ଠ ଆଇନଜୀବୀ ତଥା ମିଟୁ ସେନାର ଆବାହକ ପବିତ୍ର କୁମାର ନାୟକ ପରିବେଶ ସୁରକ୍ଷା ଓ ପ୍ରଦୂଷଣ ମୁକ୍ତ କରିବା ପାଇଁ ଯୁବଗୋଷ୍ଠୀ ମାନଙ୍କୁ ଆଗକୁ ଆସିବା ପାଇଁ ଆହ୍ବାନ ଦେଇଥିଲେ। ପ୍ରତ୍ୟେକ ଯୁବକ ପ୍ରତି ବର୍ଷ ଗୋଟିଏ ମୂଲ୍ୟବାନ ଗଛ ଲଗାଇବା ସହ ତାହାକୁ ବଢେଇବାକୁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଯାହାଦ୍ୱାରା ପରିବେଶ ସବୁଜିମାରେ ପୂର୍ଣ୍ଣ ହୋଇ ନୂତନ ଜଙ୍ଗଲ ସୃଷ୍ଟି ହେବାରେରେ ସହାୟକ ହୋଇପାରିବ । ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିସରରେ ସମସ୍ତ ସଦସ୍ୟ ଓ ବନାଞ୍ଚଳ କର୍ମଚାରୀଙ୍କ ସହାୟତାରେ ବହୁ ମୂଲ୍ୟବାନ ଚାରା ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ମିଟୁ ସେନାର ଆବାହକ ପବିତ୍ର କୁମାର ନାୟକଙ୍କ ସମେତ ଯୁବନେତା ମନୋଜ କୁମାର ଖଟୁଆ , ଜେ.ଡେଙ୍ଗାପଦର ପୂର୍ବତନ ସରପଞ୍ଚ କାମଦେବ ପ୍ରଧାନ, ଯୁବନେତା କୃଷ୍ଣ ଚନ୍ଦ୍ର ଜେନା, ଆଇନଜୀବୀ ସୁଶାନ୍ତ ମଲ୍ଲିକ , ପୋଲସରା ବନାଞ୍ଚଳର କର୍ମଚାରୀ କାର୍ତ୍ତିକ ସାହୁ , କୃଷ୍ଣ ଦୀକ୍ଷିତ, ଦେବାଶିଷ ନାହାକ, ଜୟନ୍ତ ମହାରଣା ପ୍ରମୁଖ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here