ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ପକ୍ଷରୁ ପ୍ରତିଭା ସମ୍ମାନ ଉତ୍ସବ

0
56

ପୋଲସରା ୧୫/୦୭/୨୪ ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ଗୃହରେ ଚିରିକିପଡା ଶାସନ ମଣ୍ଡଳ କମିଟି ପକ୍ଷରୁ ପ୍ରତିଭା ସମ୍ମାନ ଉତ୍ସବ ୨୦୨୪ ଜୁଲାଇ ୧୪ ଦିନ ଅନୁଷ୍ଠିତ ହୋଇଯାଇଛି। ଚିରିକିପଡା ଶାସନ ମଣ୍ଡଳ ସଭାପତି ସଞ୍ଜୟ କୁମାର ବିଷୋୟୀଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତିଭା ସମ୍ମାନ ଉତ୍ସବରେ ଆଠଗଡ଼ ଅଞ୍ଚଳ ସଭାପତି ପଦ୍ମଚରଣ ଜେନା, ଉପସଭାପତି ଲକ୍ଷ୍ମାଣ ଜେନା, ସମ୍ପାଦକ ପ୍ରହଲ୍ଲାଦ ବିଷୋୟୀ ଓ ସଙ୍ଗଠନ ସମ୍ପାଦକ ଡଃ ପ୍ରଭାତ ବରାଡ ଏବଂ ମଣ୍ଡଳ କମିଟି ଉପସଭାପତି ତ୍ରିନାଥ ବିଷୋୟୀ, ସମ୍ପାଦକ ଆଦିକନ୍ଦ ନାୟକ, ଉପଦେଷ୍ଟା ମୃତ୍ୟୁଞ୍ଜୟ ବିଷୋୟୀ, ପୂର୍ବତନ ସମ୍ପାଦକ ନାରାୟଣ ବିଷୋୟୀ ସମେତ ମଣ୍ଡଳର ଦଶ ଗୋଟି ଗ୍ରାମ୍ୟ କମିଟିର ଉପସଭାପତି ଓ ସମ୍ପାଦକ ଯୋଗଦେଇଥିଲେ। ଆଗାମୀ ଦିନରେ ହେବାକୁ ଥିବା ସମାଜର ବିଭିନ୍ନ କାର୍ଯ୍ୟକୁ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଆସିଥିବା ଅତିଥି ମାନଙ୍କ ଦ୍ବାରା ଗତ ଶିକ୍ଷା ବର୍ଷରେ ଦଶମ ଓ +୨ ଶ୍ରେଣୀରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମାଜ ପକ୍ଷରୁ ମାନପତ୍ର ଓ ହନୁମାନ ଚାଳିଶା ପୁସ୍ତିକା ପ୍ରାଦନ କରାଯାଇ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here