ପାଣ୍ଡିରିପଡା ପଞ୍ଚାୟତରେ ନୂତନ ଶ୍ରମିକ ପଞ୍ଜିକରଣ

0
65

ପୋଲସରା ୧୬/୦୭/୨୪ ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତ ପରିସରରେ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ପକ୍ଷରୁ ଆଜି ଏକ ପଞ୍ଚାୟତ ସ୍ତରୀୟ ନୂତନ ଶ୍ରମିକ ପଞ୍ଜିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ପଞ୍ଚାୟତ ପିଇଓ ପୁଷ୍ପା ଦିଗଲଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଣ୍ଡିରିପଡା ପଞ୍ଚାୟତ ସରପଞ୍ଚ ରଘୁନାଥ ଭୂୟାଁ, ସମ୍ମାନୀତ ଅତିଥି ଭାବେ ପୋଲସରା ବିଏମ୍ ତଥା ଏଡସିନାଲ ସିଇଓ ଟୁନା ସେଠୀ, ଏ ବିଏମ ରୋହିତ ପ୍ରଧାନ, ଏବିଏମ ଶିବଶଙ୍କର ସାହୁ ଉପସ୍ଥିତି ରହି ସମିତିର ଯୋଜନା ଓ ଉପକାରୀତା ବିଷୟରେ ଅବଗତ କରାଇବା ସହିତ ପଞ୍ଜିକରଣ ପ୍ରକ୍ରିୟା ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ପଞ୍ଚାୟତର ଏଫଇଓ ତନୁଲତା ନାୟକ, ମାମାନି ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here