ରୋମାଣ୍ଟିକ୍ ଆଲବମ୍ ‘ପଢିବାକୁ ଭଲ ଲାଗେ ପୁରୁଣା ଦିନର ଚିଠି’ର ପ୍ରିମିୟର୍ ସୋ

0
55

ବ୍ରହ୍ମପୁର,୧୭/୦୭/୨୦୨୪: ସରୋଜ ଗଙ୍ଗା ସାଇ ପ୍ରଡକ୍ସନ୍ ନିବେଦିତ ରୋମାଣ୍ଟିକ୍ ଆଲବମ୍ ‘ପଢ଼ିବାକୁ ଭଲ ଲାଗେ ପୁରୁଣା ଚିଠି’ର ପ୍ରିମିୟର୍ ସୋ ଆଜି ପୂର୍ବାହ୍ନରେ ବ୍ରହ୍ମପୁରର ବାବାଜୀ ତୋଟାସାହିସ୍ଥିତ ହୋଟେଲ ଜେ. ବି. ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଗୁରୁ ପଣ୍ଡିତ ରଘୁନାଥ ପାତ୍ର ଓ ୧୯୭୧ ମସିହା ଯୁଦ୍ଧର ବୀରନାରୀ ସରୋଜିନୀ ଆଚାର୍ଯ୍ୟ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଦିଲ୍ଲୀପ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ସୁଧାଞ୍ଜଳି ମିଶ୍ର ଓ ରାୟ ରଞ୍ଜନ ନନ୍ଦ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଆଲବମରେ ମୁଖ୍ୟ ଭୂମିକାରେ ଦିଲ୍ଲୀପ ଆଚାର୍ଯ୍ୟ ଓ ପ୍ରିୟଂ।ଶା ନାୟକ ଥିବା ବେଳେ ସହଯୋଗୀ ଭୂମିକାରେ ବିଦ୍ୟୁତ୍ ଓ ସନ୍ତୋଷ ରହିଛନ୍ତି। ମିନତୀ ଆଚାର୍ଯ୍ୟଙ୍କ ପ୍ରଯୋଜନାରେ ଗୁରୁ ପଣ୍ଡିତ ରଘୁନାଥ ପାତ୍ର କଣ୍ଠଦାନ ଓ ସଙ୍ଗୀତ ଦେଇଛନ୍ତି। ଆଲବମରେ ଷ୍ଟୋରି, ସ୍କ୍ରିନ-ପ୍ଲେ ଓ ନିର୍ଦେଶନା ଦେଇଛନ୍ତି ଦିଲ୍ଲୀପ ଆଚାର୍ଯ୍ୟ।
ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଡକ୍ଟର ଚନ୍ଦନ ଗନ୍ତାୟତ, ଡକ୍ଟର ସଞ୍ଜିତ ଆଚାର୍ଯ୍ୟ, ଗୁରୁ ଜୟନ୍ତ ଆଚାର୍ଯ୍ୟ, ଆଡଭୋକେଟ ଅଶ୍ୱିନୀ ମହାପାତ୍ର, ମନୋଜ ପାଣିଗ୍ରାହୀ, ତାପସ ପାଣିଗ୍ରାହୀ, ଶିବଶଙ୍କର ଷଡ଼ଙ୍ଗୀ, ଓଁକାର ବାପି, କଣ୍ଠଶିଳ୍ପୀ ତଥା ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ଓ ଅନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସୁମନରାଣୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here