ବୁଗୁଡା ୧୭/୭/୨୪ ସ୍ଥାନୀୟ ପିପୁଲସ କଲେଜର ଇତିହାସ ବିଭାଗ ପକ୍ଷରୁ +୩ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ସଭା ଜୁଲାଇ ୧୭ ତାରିଖ ଦିନ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଆଇ.କିୟୁ.ଏ.ସି. ସଂଯୋଜକ ତଥା ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଯୋଗଦେଇ ଛାତ୍ରଛାତ୍ରୀ ଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼କ୍ଟର ପ୍ରଦୀପ କୁମାର ଦାଶ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ ପାଠ ପଢି କଲେଜର ସୁନାମ ଆଣିପାରିଲେ ବିଭାଗ ଗୌରବାନିତ୍ୱ ହେବ ବୋଲି କହିଥିଲେ। ଇତିହାସ ବିଭାଗର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଇ, ଅଧ୍ୟାପିକା ରଶ୍ମିତା ପଟ୍ଟନାୟକ ଏହି ସଭା ରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଶେଷରେ ଦ୍ୱିତୀୟ ବର୍ଷର ଛାତ୍ରୀ ଇପ୍ସିତା ଧନ୍ୟବାଦ ଅର୍ପଣ କରିଥିଲେ