ଡାକ ବିଭାଗ ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା

0
58

ବୁଗୁଡା ୧୭/୭/୨୪ ବୁଗୁଡା ଡାକ ବିଭାଗର ଜଣେ ମହିଳା କର୍ମଚାରୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମହିଳା କର୍ମଚାରୀ ଜଣଙ୍କ ନାମ ରଶ୍ମିତା ବେହେରା ହୋଇଥିବା ବେଳେ ସେ ଅବିବାହିତ ଥିଲେ। ମହିଳା କର୍ମଚାରୀ ଜଣଙ୍କ ନିଜ ଗ୍ରାମ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ କୁହୁଡି ନିକଟସ୍ଥ ସୋରଣ ଗ୍ରାମ ଅଟେ। ସେ ଏକାକୀ ବୁଗୁଡ଼ାରେ ଘର ଭଡା ନେଇ ରହୁଥିଲେ। ଘରର ଭିତର ପଟୁ କବାଟ ବନ୍ଦ ଥିବା ବେଳେ ଭଡା ଦେଇଥିବା ଘର ମାଲିକ ଡାକିବାରୁ ସେ ଶୁଣି ନଥିଲେ। ଫଳରେ ଘର ମାଲିକ ବୁଗୁଡା ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମର ଶରୀର ଜବତ କରିବା ସହ ପରିବାର ଲୋକ ଓ ବିଭାଗର ଅଧିକାରୀଙ୍କୁ ଖବର ଦେଇଥିଲେ। ପୋଲିସ ଏକ ମୋବାଇଲ ଓ ଏକ ଡାଇର ଜବତ କରି ଅନୁସନ୍ଧାନ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here