ଭାରତୀୟ ଜୀବନ ବୀମା ନିଗମ ପକ୍ଷରୁ ବାହାଦୂରପେଣ୍ଠ ଗ୍ରାମକୁ ବୀମା ଗ୍ରାମ ଘୋଷଣା

0
69

ବ୍ରହ୍ମପୁର,୧୮/୦୭/୨୦୨୪:
ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବାହାଦୂରପେଣ୍ଠ ଗ୍ରାମକୁ ଗୁରୁବାର ଦିନ ଭାରତୀୟ ଜୀବନ ବୀମା ନିଗମ ( ଏଲ୍‌ ଆଇସି) ବ୍ରହ୍ମପୁର ମଣ୍ଡଳ, ଶାଖା ୧ ଦ୍ଵାରା ବୀମା ଗ୍ରାମ ଘୋଷଣା କରାଯାଇଛି। ଏମଡିଆରଟି ଏଜେଣ୍ଟ କେ. ହରିଶ୍ଚନ୍ଦ୍ର ସାହୁଙ୍କ ପ୍ରଚେଷ୍ଟା ଏବଂ ଉନ୍ନୟନ ଅଧିକାରୀ  ଭି. ରବିକାନ୍ତ ରାଓ ଙ୍କ ପ୍ରେରଣା ତଥା ଗ୍ରାମବାସୀଙ୍କ ସହଯୋଗରେ ପ୍ରଥମ ଥର ପାଇଁ ବାହାଦୂରପେଣ୍ଠ ଗ୍ରାମକୁ ବୀମା ଗ୍ରାମ ଭାବେ ଘୋଷିତ ହୋଇଛି।ଏଲଆଇସି ବରିଷ୍ଠ ଶାଖା ପରିଚାଳକ ଭି.ରବିକାନ୍ତ, ଚିକିଟି ଶାଖା
ପରିଚାଳକ ଅଭିରାମ ସେଠୀ, ସହ ଶାଖା ପରିଚାଳକ, ସୁଜିତ ମଲ୍ଲିକ ସହକାରୀ ଶାଖା ପରିଚାଳକ, ଅବସର ପ୍ରାପ୍ତ ଉନ୍ନୟନ ଅଧିକାରୀ ଅଜୟ କୁମାର ମହାପାତ୍ର ଆୟୋଜିତ ସଭାରେ ଗ୍ରାମବାସୀଙ୍କ ସହୟେ ସହଯୋଗକୁ ଧନ୍ୟବାଦ ଦେଇଥିଲେ। ୭୫୦୦୦ ଟଙ୍କାର ଏକ ଚେକ୍ ଗ୍ରାମର ଉନ୍ନତି ପାଇଁ ପ୍ରଦାନ କରାଯିବା ସହ ଏଜେଣ୍ଟ ହରିଶ୍ଚନ୍ଦ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଗ୍ରାମବାସୀଙ୍କ ତରଫରୁ ଭାସ୍କର ଚେକ୍ ଗ୍ରହଣ କରିଥିଲେ। ପ୍ରତି ବର୍ଷ ଏହି ଗ୍ରାମକୁ କୁ ବୀମା ଗ୍ରାମ କରିବାକୁ ପ୍ରୟାସ କରିବା ସହ ଗାଁ ଉନ୍ନତି କରିବୁ ବୋଲି ସରପଞ୍ଚ ଏସ୍.ଦମୟନ୍ତୀ ରେଡ୍ଡୀ, ପି. ଲଚ୍ଚମେୟା ରେଡ୍ଡୀ, ଡି.କେଶବ ରେଡ୍ଡୀ, ସରପଞ୍ଚ ପ୍ରତିନିଧି ଏସ୍.ଜଗନ୍ନାଥ ରେଡ୍ଡୀ, ପି.କ୍ରିଷ୍ଣା ରେଡ୍ଡୀ, ପି.ରାମେୟା, ଡି.ଭୀମେୟା ରେଡ୍ଡୀ, ଡି.ସୋମେୟା ରେଡ୍ଡୀ ପ୍ରମୁଖ ଗ୍ରାମବାସୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here