ବ୍ରହ୍ମପୁର ୨୦/୦୭/୨୦୨୪: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦାୟିତ୍ୱବାନ ଛାତ୍ର ସଂଗଠନ ହିସାବରେ ଦୀର୍ଘ ୭୬ ବର୍ଷ ଧରି ସାମାଜିକ ଓ ଶିକ୍ଷା କ୍ଷେତ୍ରରେ କାମ କରି ଆସୁଅଛି l ପ୍ରତି ଶିକ୍ଷାବର୍ଷରେ ନୂତନ ବିଦ୍ୟାର୍ଥୀ ମାନଙ୍କୁ ବିଦ୍ୟାର୍ଥୀ ପରିଷଦ ସହିତ ଯୋଡିବା ଏବଂ ରାଷ୍ଟ୍ରୀୟ ପୁନଃନିର୍ମାଣ ପାଇଁ ସଂକଳ୍ପ ବଦ୍ଧ ହୋଇ କାର୍ଯ୍ୟକରିବା, ଏଥି ପାଇଁ ପ୍ରତି ଶିକ୍ଷା ବର୍ଷରେ ଏବିଭିପି ସଦସ୍ୟତା ଅଭିଯାନ ଆରମ୍ଭ କରିଥାଏ l ଚଳିତ ଶିକ୍ଷା ବର୍ଷରେ ଏବିଭିପି ଗଞ୍ଜାମ ୧୦୦୦୦ ସଦସ୍ୟତାର ଲକ୍ଷ୍ୟ ନେଇଛି l ପ୍ରତ୍ୟକ ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟରେ ନୂତନ ବିଦ୍ୟାର୍ଥୀଙ୍କ ପାଖରେ ଏବିଭିପି ପହଞ୍ଚି ସଦସ୍ୟତା ଆସନ୍ତା ୨୨ ଜୁଲାଇରୁ ଆରମ୍ଭ କରିବ ଏବଂ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସଦସ୍ୟତା ଅଭିଯାନ ଜାରି ରହିବ l ବିଭିନ୍ନ କ୍ଷେତ୍ରରେ ରୁଚି ରଖୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଯୋଡିବା ପାଇଁ ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟ ସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ସେହିପରି ଓଡ଼ିଶାରେ ଦୀର୍ଘ ୬ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ କ୍ୟାମ୍ପସରେ ଅନେକ ସମସ୍ୟା ରହିଛି l ରାଜ୍ୟରେ କୁଢ଼ କୁଢ଼ ଅଧ୍ୟାପକ ମରୁଡି ଓଡ଼ିଶାରେ କ୍ୟାମ୍ପସରେ ଶୈକ୍ଷିକ ବାତାବରଣକୁ ଅନେକ ରାଜନୈତିକ ଦଳମାନେ ନଷ୍ଟ କରିବାରେ ସଫଳ ହେଇଛନ୍ତି l
ଏବିଭିପି ପ୍ରତ୍ୟକ କ୍ୟାମ୍ପସରେ “ଏବିଭିପି ରେ ଯୋଗ ଦିଅନ୍ତୁ” ପୋଷ୍ଟର, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସହିତ କ୍ୟାମ୍ପସରେ ଥିବା ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିସାରିଲାଣି l ଛାତ୍ରଛାତ୍ରୀଙ୍କ ମନରେ ଛାତ୍ର ସଂସଦ ନିର୍ବାଚନ କୁ ନେଇ ଉତ୍କଣ୍ଠା ମଧ୍ୟ ଦେଖିବାକୁ ମିଳୁଛି l ବ୍ୟକ୍ତିତ୍ୱ ବିକାଶ ପାଇଁ ଛାତ୍ର ସଂସଦ ନିର୍ବାଚନ ହେବାର ଆବଶ୍ୟକତା ଅଛି ଏବଂ ଛାତ୍ର ସଂସଦ ନିର୍ବାଚନ ହେଲେ କ୍ୟାମ୍ପସରେ ଥିବା ସମସ୍ୟାର ସମାଧାନର ବାଟ ଫିଟିବ l ଆଉ ଆମେ ଦୃଢ଼ ଆଶାବାଦୀ ନୂତନ ସରକାର ଓଡିଶାରେ ଛାତ୍ର ସଂସଦ ନିର୍ବାଚନର ବାଟ ଖୋଲିବେ lଚଳିତ ବର୍ଷର ସଦସ୍ୟତା ଅଭିଯାନରେ ଗଂଜାମର ବିଦ୍ୟାର୍ଥୀ ମାନେ ଅଧିକ ସଂଖ୍ଯାରେ ଯୋଡି ହୋଇ ଏବିଭିପିର ସଦସ୍ୟ ହୁଅନ୍ତୁ ବୋଲି ଗଞ୍ଜାମ ବିଭାଗ ସଂଯୋଜକ ଅନିଲ କୁମାର ସ୍ବାଇଁ ଆହ୍ଵାନ କରିଛନ୍ତି l ଏହି ପ୍ରେସ ବାର୍ତ୍ତାରେ ରାଜ୍ୟ ସୋସିଆଲ ମିଡିଆ ସହ ସଂଯୋଜକ ସୁନିଲ କୁମାର ଦୋରା , ଗଞ୍ଜାମ ଜିଲ୍ଲା ସଂଯୋଜକ ଅଜୟ ଦାସ ଓ ଛାତ୍ରୀ ପ୍ରମୁଖ ସିୟାରାଣୀ ପାତ୍ର ଉପସ୍ଥିତ ଥିଲେ l
Home ବ୍ରହ୍ମପୁର ସ୍ପେଶାଳ ଏବିଭିପିର ସଦସ୍ଯତା ଅଭିଯାନ ଆରମ୍ଭ। ଛାତ୍ର ସଂସଦ ନିର୍ବାଚନ ଲଢ଼ିବା ପାଇଁ ଏବିଭିପି ସମ୍ପୂର୍ଣ୍ଣ ପ୍ରସ୍ତୁତ...