ବୁଗୁଡା , ୨୦/୭/୨୪ ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ଅଧିନସ୍ଥ ବାଲିପଦର ଫାଣ୍ଡି ଅନ୍ତର୍ଗତ ଖରିଡା ଗ୍ରାମର ଜଣେ ଯୁବକ ନିଜ ସମ୍ପର୍କୀୟ ଖୁଡ଼ିଙ୍କ ନଗ୍ନ ଫୋଟୋ ଭାଇରାଲ କରିବା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି। ଗିରଫ ଯୁବକ ଜଣକ ହେଲେ ବୁଗୁଡ଼ା ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ ଖରିଡା ଗ୍ରାମର ନେଇନା ବିଷୋୟୀ(୪୦) l ନେଇନାଙ୍କ ସମ୍ପର୍କୀୟ ବିଧବା ଖୁଡିଙ୍କ ଅଭିଯୋଗ ପ୍ରକାରେ ସୁରତରେ ଦାଦନ ଖଟୁଥିବା ନେଇନା ବିଷୋୟୀଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିବା ବେଳେ ଗତ ଏପ୍ରିଲ ମାସ ୧୦ ତାରିଖରେ ଜବରଦସ୍ତ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ସେହି ସମୟର ତାଙ୍କର ନଗ୍ନ ଫୋଟ ମଧ୍ୟ ଉତ୍ତୋଳନ କରି ମୋବାଇଲରେ ରଖିଥିଲେ l ୨ ଦିନ ପୂର୍ବେ ପୁଣି ଶାରୀରିକ ସମ୍ପର୍କ ରଖିବାକୁ ଖୁଡିଙ୍କୁ ବାଧ୍ୟ କରିଥିଲେ ପୁତୁରା ନେଇନା । ଶାରୀରିକ ସମ୍ପର୍କ ପାଇଁ ଖୁଡି ଅରାଜି ହେବାରୁ ଖୁଡିଙ୍କ ଘରେ ପୁତୁରା ନେଇନା ମାଡ଼ ମାରିବା ସହ ଜିବନରେ ମାରିଦେବାର ଧମକ ଦେଇ ତାଙ୍କର ନଗ୍ନ ଫୋଟକୁ ଭାଇରଲ କରିଦେଇଥିଲା। ଏହା ଜାଣିବା ପରେ ମହିଳା ଜଣକ ବାଲିପଦର ଫାଣ୍ଡିରେ ପୁତୁରା ନେଇନାଙ୍କ ବିରୁଦ୍ଧରେ ଏକ ଏତଲା ଦେଇଥିଲେ l ଏତଲାକୁ ଭିତିକରି ବୁଗୁଡା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ବାଲିପଦର ଫାଣ୍ଡି ଓଆଇସି କେ.ନୀଳାଦ୍ରି ରେଡି ଓ ସବ-ଇନ୍ସପେକ୍ଟର ସମୀର କୁମାର ସେଠୀ ତଦନ୍ତ କରି ଅଭିଯୁକ୍ତ ନେଇନା ବିଷୋୟୀଙ୍କୁ ଗିରଫ କରିଥିଲେ। ଏନେଇ ବୁଗୁଡା ଥାନା କେସ ନଂ ୩୮୭ /୨୪ ରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ ହୋଇଥିବା ଆଇଆଇସି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ।