ବର୍ଷା କବିତା ଆସର , ବହୁ କବି ଓ କବୟିତ୍ରୀ ଙ୍କ ଯୋଗଦାନ

0
73

ବ୍ରହ୍ମପୁର, ୨୦/୦୭/୨୦୨୪:ସ୍ଥାନୀୟ ଡାଇମଣ୍ଡ ଜୁବୁଲି ଟାଉନ ହଲ ଠାରେ ରାଜାଧୀରାଜ ଦେବରାଜ ସାହିତ୍ୟ ଅନୁଷ୍ଠାନ ତରଫରୁ କିରଣବାଳା ମିଶ୍ରଙ୍କ ଅଧ୍ୟକ୍ଷତାରେ ବର୍ଷା କୁ ନେଇ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଏହିଁ ସଭାରେ ମୁଖ୍ୟ ଅତିଥିଭାବେ ଇଂ ଯାମିନୀକାନ୍ତ ଦାସ, ମୁଖ୍ୟ ବକ୍ତାଭାବେ ଅନିତାରାଣୀ ସାହୁ ଯୋଗଦେଇ କବିତା ଓ ସାହିତ୍ୟ କ୍ଷେତ୍ରରେ କିପରି ଉନ୍ନତ ମାନର କବିତା ଲେଖିପାରିବା ସେ ବିଷୟରେ କହିଥିଲେ।ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ l ସୁଜାତାରାଣୀ ଶତପଥୀଙ୍କ ସଂଯୋଜନାରେ ସାଗରୀକା ଆଚାର୍ଯ୍ୟ, ବଂଶୀଧର ସେଠି, ପ୍ରମୋଦ କୁମାର ପଣ୍ଡା, ବି. ସତ୍ୟମ ଆଚାରୀ, ଲିଙ୍ଗରାଜ ଜେନା, ଅଙ୍କିତା ପାତ୍ର, ସୋନି ରାଉଳ, ଗିରିଜା ଶଙ୍କର ଦାଶ, ବିଷ୍ଣୁପ୍ରିୟା ମହାପାତ୍ର, ସସ୍ମିତା ପାଣିଗ୍ରାହୀ, ସସ୍ମିତା ମିଶ୍ର, ସ୍ବର୍ଣ୍ଣମୟୀ ପାଢ଼ୀ, ପ୍ରଦୀପ କୁମାର ସାହୁ, ରାଜେଶ କୁମାର ପାତ୍ର, ସୁଶ୍ରୀ ସାହୁ, ଜାହ୍ନବୀ ପଣ୍ଡା, ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ଦେବେନ୍ଦ୍ର ପ୍ରସାଦ ଶର୍ମା ପ୍ରମୁଖ ବିଂଶlଧିକ କବି/ କବୟିତ୍ରୀ କବିତା ପାଠ କରିଥିଲେ ।ସସ୍ମିତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମ୍ପାଦିକା ସୁଧାଞ୍ଜଳୀ ମିଶ୍ର, ସତ୍ୟ ମହାରଣା ଓ ବିଷ୍ଣୁ ପ୍ରସାଦ ତ୍ରିପାଠୀ ତାଙ୍କ ପରିବାର ବର୍ଗ ପରିଚାଳନା ରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here