ବ୍ରହ୍ମପୁର,୨୧/୦୭/୨୦୨୪:ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ, ଗଞ୍ଜାମ ଶାଖା ପକ୍ଷରୁ ଭଗବାନ ବ୍ୟାସଦେବଙ୍କ ଜନ୍ମତିଥି ବ୍ୟାସ ପୂର୍ଣ୍ଣିମା ଦିନ ଗୁରୁ ବନ୍ଦନ କାର୍ଯ୍ୟକ୍ରମ ବ୍ରହ୍ମପୁର ବ୍ରହ୍ମାନଗର ୧ ମ ଗଳିସ୍ଥ “ଭିଜେନ୍ କ୍ଲାସେସ୍” ପରିସରରେ ଜିଲ୍ଲା ସଭାପତି କୁମୁଦ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୁଷୋତ୍ତମପୁର ଵ୍ଲକ୍ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ତଥା କୁଇନ୍ ଅଫ୍ ଦ ମିଶନ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରିକୃଷ୍ଣ ପଣ୍ଡା ବ୍ୟାସଦେବଙ୍କ ଜୀବନୀ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଖଲ୍ଲିକୋଟ ଆର୍ ସି ଏମ୍ ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ଭାଷା ସାହିତ୍ୟର ପ୍ରାଧ୍ୟାପକ ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ବର୍ତ୍ତମାନ ଦେଖାଦେଇଥିବା ଗୁରୁ ଶିଷ୍ୟ ପରମ୍ପରା ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭିଜେନ୍ କ୍ଲାସେସ୍ ର ନିର୍ଦ୍ଦେଶକ ହର୍ଷ ପ୍ରସାଦ ଦାଶ ଛାତ୍ରଛାତ୍ରୀ ମାନଙ୍କୁ ଗୁରୁଙ୍କୁ ଭକ୍ତି କରିବାକୁ ପରାମର୍ଶ ଦେଇଥିଲେ। ଶୈକ୍ଷିକ ମହାସଂଘ ରାଜ୍ୟ ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପାଢ଼ୀ, ମାଧ୍ୟମିକ ସମ୍ପାଦକ ପ୍ରମୋଦ କୁମାର ବାଜୁବନ୍ଧ ମଞ୍ଚାସୀନ ଥିଲେ।ଗୁରୁ ପୂଜନ ପରମ୍ପରା ଅନୁଯାୟୀ ଶ୍ରୀ ହରିକୃଷ୍ଣ ପଣ୍ଡା ଙ୍କୁ ଉପଢୈଆକନ ଓ ନାରୀକେଳ ପ୍ରଦାନ ପୂର୍ବକ ଭିଜେନ୍ କ୍ଲାସେସ୍ ର ଅଧ୍ୟାପିକା ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାର ସହ ସମ୍ପାଦକ ନୀଳାମ୍ବର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରାଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ,ବିନାୟକ ତ୍ରିପାଠୀ, ଡଃ ସନାତନ ପଣ୍ଡା, ମନୋରଞ୍ଜନ ସାହୁ,ଏମ୍ ବିଶ୍ବନାଥ, ଭୁବନାନନ୍ଦ ସାହୁ, ଲୋକନାଥ ସାହୁ ଏବଂ ଭିଜେନ କ୍ଲାସେସ ର ୫୦ ଅଧିକ ଛାତ୍ରଛାତ୍ରୀ ସଭାରେ ଯୋଗ ଦେଇଥିଲେ।