ବ୍ରହ୍ମପୁରରେ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି

0
35

ବୁଗୁଡା , ୨୦/୭/୨୪ ଓଡ଼ିଶାର ବ୍ରହ୍ମପୁରରେ ୩୦୦୦ ମିଟର ରନୱେ ସହ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ଶୀଘ୍ର ପ୍ରତିଷ୍ଠା କରାଯିବ ବୋଲି ମାନ୍ୟବର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍, ଇଚ୍ଛାପୁର ଜୁଏଲାରୀ ଆସୋସିଏସନ୍ ଓ ଇଚ୍ଛାପୁର ଚାମ୍ବର ଅଫ କମର୍ସ ସଦସ୍ୟ ମଣ୍ଡଳୀକୁ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶା ରାଜ୍ୟ ସରକାରଙ୍କ ସହ ଏହି ସମ୍ପର୍କରେ ଶୀଘ୍ର ଆଲୋଚନା କରି ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ନାଇଡୁ ପ୍ରକାଶ କରିଥିଲେ। ଏହି ବିଷୟରେ ଏକ ଦାବିପତ୍ର ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ବ୍ରହ୍ମପୁର,ଓ ଇଚ୍ଛାପୁର, ପଲାସା, ପାରଳାଖେମୁଣ୍ଡି ର ଅନେକ ସଂଗଠନର କର୍ମକର୍ତ୍ତା ଆନ୍ଧ୍ର ପ୍ରଦେଶର ଇଚ୍ଛାପୁର ଠାରେ ମାନ୍ୟବର ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

ଦାବିପତ୍ର ରେ, ୩୦୦୦ ମିଟର ରନୱେ ସହ ବ୍ରହ୍ମପୁର ପୂର୍ଣ୍ଣାଙ୍ଗ ବିମାନ ବନ୍ଦର କାର୍ଯ୍ୟ ଯଥାଶୀଘ୍ର ସାରିବା, ବ୍ରହ୍ମପୁର ବିମାନ ବନ୍ଦର କୁ ଡି.ଜି.ସି.ଏ ଅନୁମତି ପ୍ରଦାନ କରିବା, ବିମାନ ବନ୍ଦରର ନାମକୁ ବ୍ରହ୍ମପୁର ବିମାନ ବନ୍ଦର (ରଙ୍ଗେଇଲୁଣ୍ଡା) କରିବା, ସ୍କେଡୁଲ ବିମାନ ସେବା ଆରମ୍ଭ କରିବା, ବ୍ରହ୍ମପୁର ଠାରୁ କଲିକତା, ହାଇଦ୍ରାବାଦ, ବାଙ୍ଗାଲୋର, ଚେନ୍ନାଇ, ବିଶାଖାପାଟଣା, ଦିଲ୍ଲୀ, ମୁମ୍ବାଇ, ସୁରଥ, ଅହମ୍ମଦାବାଦ ପ୍ରଭୃତି ପ୍ରମୁଖ ସହରକୁ ନିୟମିତ ବିମାନ ଚଳାଚଳ ବ୍ୟବସ୍ଥା କରିବା ଓ ଡମେଷ୍ଟିକ ସହ କାର୍ଗୋ ବିମାନ ବନ୍ଦର ଭାବେ ଏହାର ବିକାଶ କରିବାକୁ ଏହି ଅବସରରେ ଦାବି କରଯାଇଥିଲା। ଏହି ଦାବିପତ୍ର ପ୍ରଦାନ ବେଳେ ରେ ଫୋରମର ସଭାପତି ରାମ ପ୍ରସାଦ ତ୍ରିପାଠୀ, ସଚିବ ଭି.ସୋମେଶ୍ୱର ରାଓ, ପ୍ରିତିଶ ପାଣିଗ୍ରାହୀ, ସହ ସଚିବ ମାନସ ରଞ୍ଜନ ପାତ୍ର, ପ୍ରବୀଣ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, କିରଣ କୁମାର ପଣ୍ଡା, ରମେଶ ଚନ୍ଦ୍ର ସାହୁ, ଏନ୍.ନୀଳମାଧବ ପାତ୍ର, ଶ୍ରୀନିବାସ ରାଓ, ପ୍ରକାଶ ଭଜାନି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here