ସଠିକ ସମୟ ରେ ଦରମା ଓ ଇପିଏଫ ଅର୍ଥ ପୈଠ କରୁନାହାନ୍ତି ବିଭିନ୍ନ ଆଉଟସୋସିଂ ସଂସ୍ଥା।ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ

0
34

ବ୍ରହ୍ମପୁର,୨୨/୦୭/୨୦୨୪:ଜିଲ୍ଲା ର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ନଗର ଚିକିତ୍ସାକେନ୍ଦ୍ର ଓ ଉପ ଚିକିତ୍ସାକେନ୍ଦ୍ର ଗୁଡିକ ରେ କାର୍ଯ୍ୟ କରିଥିବା ବିଭିନ୍ନ ଆଉଟସୋର୍ସିଂ କର୍ମଚାରୀ ଯଥା ଆଟେଣ୍ଡାଣ୍ଟ, ହାଉସକିପିଂ, ସୁଇପର, ସିକ୍ୟୁରିଟି ନର୍ସିଂ କର୍ମଚାରୀ ମାନେ ମାସାଧିକ ସମୟ ଧରି ଏ ପର୍ଯ୍ୟନ୍ତ ଦରମା ପାଇ ପାରି ନାହାନ୍ତି I ପୂର୍ବ ସରକାର ଙ୍କ ଠାରୁ ବର୍ତ୍ତମାନ ସରକାର ଙ୍କ ଦ୍ୱାରା ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷିତ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଲାଗୁ ହୋଉପାରିନାହିଁ I ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ନିର୍ଦ୍ଦେଶରେ ଏଜେନ୍ସି ଲାଗୁ ନକରିବାକୁ ନେଇ କର୍ମଚାରୀ ମାନେ ଅସନ୍ତୋଷ ପ୍ରକାଶ କରି ଇଫଟୁ ଦ୍ୱାରା ଅନୁବନ୍ଧିତ ଓଡିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଙ୍ଘ ଓ ମେଡିକାଲ ଆଉଟସୋସିଂ କର୍ମଚାରୀ ସଙ୍ଘ ତରଫରୁ ଉପଖଣ୍ଡ ଅଭିଯୋଗ ଶୁଣାଣି ସମୟରେ ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ କରିବା ପାଇଁ ଅଭିଯୋଗ କରିଛନ୍ତି Iସୂଚନାଯୋଗ୍ୟ ଅଭିରାମ କେୟାରଟେକିଂ ଏଣ୍ଡ ଏକ୍ସପେର୍ଟ ନାମକ ଭୁବନେଶ୍ୱର ର ଏକ ଏଜେନ୍ସି ଦୀର୍ଘ ଦିନ ହେବ ଇପିଏଫ ବାବଦ ଅର୍ଥ ପୈଠ କରି କରି ନ ଥିବା ବେଳେ ଅନେକ ମାସ ର ଦରମା ବକେୟା ରଖିଛି ଏବଂ ଚଳିତ ମାସରେ ମଧ୍ୟ 22 ତାରିଖ ହେଲାଣି ଦରମା ମଧ୍ୟ ପୈଠ କରିନି I ସେଇଭଳି ଏଲ. ଏଣ୍ଡ. କେ ସର୍ଭିସେସ ଅନ୍ୟ ଏକ ଭୁବନେଶ୍ୱର ସଂସ୍ଥା ଆଦର୍ଶ ବିଦ୍ୟାଳୟ ନନ ଟିଚିଂ ଷ୍ଟାଫ କୁ ଟେଣ୍ଡର ଭୁକ୍ତ ହୋଇଥିବା ବେଳେ ସଠିକ ସମୟ ରେ ଦରମା ନ ଦେବା ଏବଂ ଇପିଏଫ /ଇଏସଆଇ ପୈଠ କରିବା ରେ ଅସମର୍ଥ ହେଉଛି I ଉକ୍ତ ସଂସ୍ଥା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ମାନଙ୍କ ଦରମା ରେ ମଧ୍ୟ ଅସଂଗତି କରି ସଠିକ ପ୍ରାପ୍ୟ ଦେଇ ପାରୁ ନାହଁ I ଉଭୟ ସଂସ୍ଥା ର ନିଜସ୍ୱ କାର୍ଯ୍ୟାଳୟ ଜିଲ୍ଲା ରେ ନ ଥିବାରୁ ସେବା ଯୋଗାଇବା ରେ ସେମାନେ ଅସମର୍ଥ ହେଉଛନ୍ତି I ଯଦି ଜଣେ କର୍ମଚାରୀ ଡ୍ୟୁଟି ରେ ଅବହେଳା କିମ୍ଭା କୌଣସି ଅଭିଯୋଗ ହେଲେ ଏଜେନ୍ସି ଓ ପ୍ରଶାସନ ମିଳିତ ଭାବେ ଛଟେଇ କରୁଛନ୍ତି କିନ୍ତୁ ଏଜେନ୍ସି ମାନଙ୍କ ଅବହେଳା ପାଇଁ ପ୍ରଶାସନ ତରଫରୁ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି I ତେଣୁ ଉଭୟ ସଂଘ ବିଶେଷ କରି ଏହି ଦୁଇଟା ସଂସ୍ଥା କୁ ଟେଣ୍ଡର ରୁ ବାହାର କରିବାର ଦାବୀ କରିଛନ୍ତି I ଉକ୍ତ କାର୍ଯ୍ୟକ୍ରମ ରେ ସର୍ବଭାରତୀୟ ଶ୍ରମିକ ସଂଗଠନ ଇଫଟୁ ର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ଆଦର୍ଶ ବିଦ୍ୟାଳୟ ରାଜ୍ୟ ସଭାପତି ପ୍ରଶାନ୍ତ ପରିଛା, ସ୍ୱାସ୍ଥ୍ୟ କର୍ମଚାରୀ ନେତା ହିମାଂଶୁ ପଟ୍ଟନାୟକ, ସୂର୍ଯ୍ୟ ନାୟକ ପବିତ୍ର ପରିଡା, କୃଷ୍ଣ ସାହୁ, ସୁଶାନ୍ତ ନାୟକ, ନୀଳାଞ୍ଚଳ ବାଡତ୍ୟା,ସୁନିତା ଗୌଡ଼ ଙ୍କ ସମେତ ଜିଲ୍ଲା ର ସମସ୍ତ ଆଦର୍ଶ ବିଦ୍ୟାଳୟ ଓ ବିଭିନ୍ନ ମେଡିକାଲ ର ସିକ୍ୟୁରିଟି କର୍ମଚାରୀ, ଆଟେଣ୍ଡାଣ୍ଟ, ନର୍ସିଂ, ହାଉସକୀପିଙ୍ଗ କର୍ମଚାରୀ ପ୍ରମୁଖ ସାମିଲ ଥିଲେ I

LEAVE A REPLY

Please enter your comment!
Please enter your name here