ପାଠ ପଢ଼ିବା ପାଇଁ ଛାତ୍ରୀଙ୍କୁ ଆର୍ଥିକ ସହାୟତା

0
85

ବୁଗୁଡ଼ା, ୨୪/୦୭/୨୪ : ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୪ ନମ୍ବର ୱାର୍ଡର ସୁଭଦ୍ରା ମହାରଣା +୨ ଦ୍ବିତୀୟ ବର୍ଷ କଳାର ଛାତ୍ରୀ ହୋଇଥିଲେ ମଧ୍ୟ ଅର୍ଥ ଅଭାବରୁ ସେ ବୁଗୁଡ଼ା ବଳଦେବ ଜୀଉ ମହିଳା ମହାବିଦ୍ୟାଳୟରେ ଆଡ଼ମିଶନ ହୋଇପାରିନଥିଲେ। ଅର୍ଥ ଅଭାବ ଯୋଗୁଁ ଛାତ୍ରୀ ଜଣକ ଦ୍ଵିତୀୟ ବର୍ଷରେ ପାଠ ପଢିପାରୁନଥିବା ଜାଣିବା ପରେ ସହଯୋଗର ହାତ ବଢ଼େଇଥିଲେ ବିଜେପି ବୁଗୁଡା ନଗର ସଭାପତି କେଦାର ନାଥ ମହାରଣା ଏବଂ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର । ଆଜି ଶ୍ରୀ ମହାରଣା ଓ ଶ୍ରୀ ମହାପାତ୍ର ବୁଗୁଡ଼ା ବଳଦେବ ଜୀଉ ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରୀ ସୁଭଦ୍ରା ମହାରଣାଙ୍କ ଆଡ଼ମିଶନ ପାଇଁ ଆବଶ୍ୟକ ଅର୍ଥ ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ। ଯାହା ଫଳରେ ଛାତ୍ରୀ ଜଣକ ଉଚ୍ଚ ଶିକ୍ଷା ପାଇବା ପାଇଁ ସୁଯୋଗ ପାଇଲେ। ଉଭୟଙ୍କ ଏହିପରି କାର୍ଯ୍ଯ ପାଇଁ ଅଞ୍ଚଳର ବୁଦ୍ଧିଜୀବୀ ବୃନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here