ଦରମା ବୃଦ୍ଧି ଦାବିରେ ଆନ୍ଦୋଳନ ପାଇଁ ସଜବାଜ ସ୍ୱଚ୍ଛସାଥି ସଂଘ

0
35

ପୋଲସରା , ୨୪/୦୭/୨୪ : ଦରମା ବୃଦ୍ଧି କରିବାକୁ ଦାବିକାରୀ ଜୁଲାଇ ୨୪ ତାରିଖ ଦିନ ଗଂଜାମ ଜିଲ୍ଲାର ପୋଲସରା ଏନ୍ଏସିର ସମସ୍ତ କାର୍ଯ୍ୟରତ ସ୍ୱଚ୍ଛସାଥି ଓ ସୁପରଭାଇଜର ବୃନ୍ଦଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଋଷି ମାଝୀଙ୍କ ଜରିଆରେ ପ୍ରଦାନ କରାଯାଇଛି । ଦିର୍ଘ ୫ ବର୍ଷ ଧରି ପୋଲସରା ସହରର ୧୯ ଟି ଓ୍ବାଡରେ ନିରବିଛିନ୍ନ ଭାବେ ଉତ୍ତମ ସେବା ଯୋଗାଇ ଆସୁଛନ୍ତି ସମସ୍ତ ସ୍ୱଚ୍ଛସାଥି ଓ ସୁପ୍ରଭାଇଜର । କୋଭିଡ଼ ଭଳି ମହାମାରୀ ସମୟରେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା ପ୍ରଦାନ କରିଥିଲେ । ସରକାରି ନିର୍ଦ୍ଦେଶ ପ୍ରକାରେ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ସମ୍ବନ୍ଧୀୟ କାର୍ଯ୍ୟ ସ୍ୱଚ୍ଛସାଥି କର୍ମୀ ଓ ସୁପରଭାଇଜର୍ ମାନେ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ଏନଏସିର ଟାକ୍ସ ଆଦାୟ କରି ଅଫିସରେ ଦାଖଲ କରିଛନ୍ତି। ଅଥଚ କାର୍ଯ୍ୟରତ ସ୍ୱଚ୍ଛସାଥି କର୍ମୀଙ୍କୁ ମାସିକ ୪ ହଜାର ଟଙ୍କା ଓ ସୁପରଭାଇଜରଙ୍କୁ ମାସିକ ୮ ହଜାର ଟଙ୍କା ପ୍ରଦାନ କରା ଯାଉଛି । ଯାହା ଆଜିର ମହଙ୍ଗା ଦୁନିଆରେ ପରିବାର ପ୍ରତିପୋଷଣ କରିବା ଅସମ୍ଭବ। ପୂର୍ବ ସରକାର ସମୟରେ ସ୍ୱଚ୍ଛସାଥି ସଂଘ ଆନ୍ଦୋଳନ କରି ଆପତ୍ତି ଅଭିଯୋଗ ଜଣାଇଥିଲେ । ପୂର୍ବ ସରକାର ସ୍ୱଚ୍ଛସାଥି ମହିଳାଙ୍କ କାର୍ଯ୍ୟ ଦକ୍ଷତାକୁ ଦୃଷ୍ଟିରେ ରଖି ଅର୍ବାନ ଡିପାର୍ଟମେଣ୍ଟ୍ ତରଫରୁ ସ୍ୱଚ୍ଛସାଥିଙ୍କ ଦରମା ବୃଦ୍ଧି ନିମନ୍ତେ ଚିଠି ନଂ ୫୯୯୩ ତାରିଖ ୧୨/୦୩/୨୦୨୪ ଓ ସ୍ବଛ ସୁପରଭାଇଜର ଙ୍କ ଦରମା ବୃଦ୍ଧି ନିମନ୍ତେ ଚିଠି ନଂ-୬୦୦୩ ପ୍ରକାରେ ସରକାରୀ ମୋହର ମାରିଥିଲେ । ପ୍ରତିଶ୍ରୁତି ଦେବାର ୪ ମାସ ଅତିକ୍ରମ କଲେ ମଧ୍ୟ ଉଭୟ ସ୍ୱଚ୍ଛସାଥି ଓ ସୁପରଭାଇଜର ମାନଙ୍କୁ ନୂତନ ଧାର୍ଯ୍ୟ ଦରମା ବୃଦ୍ଧି କରାଯାଇନାହିଁ। ସଂଘର ନିଷ୍ପତ୍ତି ପ୍ରକାରେ ଓଡ଼ିଶାରେ କାର୍ଯ୍ୟରତ ସ୍ୱଚ୍ଛସାଥି ଓ ସୁପରଭାଇଜର ଙ୍କ ଦରମା ସରକାରୀ ଚିଠି ଅନୁସାରେ ବୃଦ୍ଧି କରାନଗଲେ ଆଗାମୀ ୨୯ ତାରିଖରେ ଭୁବନେଶ୍ବରରେ ଆନ୍ଦୋଳନ କରିବା ପାଇଁ ଓଡ଼ିଶା ସ୍ୱଚ୍ଛସାଥି ଓ ସୁପରଭାଇଜର ସଂଘ, ପୋଲସରାର ସୁପରଭାଇଜର ଜେ.ଅପର୍ଣ୍ଣା ଆଚାରୀ ଓ ସ୍ୱଚ୍ଛସାଥି ବବିତା ବେହେରା, ଗୀତାଞ୍ଜଳୀ ପ୍ରଧାନ, ପ୍ରମିଳା ପତି, ନମିତା ଦାସ, ରୁନୁ ସାହୁ, ରିତାଞ୍ଜଳୀ ସାହୁ, ଲଭଲି ମଲ୍ଲିକ, ମିନତୀ ଜେନା, ରଶ୍ମିତା ରାଉତ ପ୍ରମୁଖ ସଭ୍ୟା ଦାବିପତ୍ର ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here