ସଫେଇ ଓ ପରିମଳ କାର୍ଯ୍ୟରେ ନିୟୋଜିତ ସ୍ବଚ୍ଛ ସାଥି ଓ ସ୍ୱଚ୍ଛ ସୁପରଭାଇଜରମାନଙ୍କ ବର୍ଦ୍ଧିତ ଦରମା ସମେତ ଅନ୍ୟାନ୍ୟ ଦାବୀ ସମ୍ପର୍କରେ ସ୍ମାରକପତ୍ର ପ୍ରଦାନ

0
42

ବ୍ରହ୍ମପୁର,୨୪/୦୭/୨୦୨୪: ବ୍ରହ୍ମପୁର ମହାନଗର ନିଗମରେ କାର୍ଯ୍ୟରତ ସ୍ଵଚ୍ଛ ସାଥୀ ଓ ସୁପରଭାଇଜର ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ମେୟର ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଦୀର୍ଘ ଚାରି ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସରକାରଙ୍କ ଅଧିନରେ ଉଭୟ ଅନ୍‌ଲାଇନ୍ ଓ ଅଫଲାଇନ୍ ଜରିଆରେ ନିରବଚ୍ଛିନ୍ନ ଭାବେ ନାଗରିକମାନଙ୍କୁ ସେବା ପ୍ରଦାନ କରିଆସୁଛନ୍ତି । ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆମେ ସହରରେ ସଂଗୃହୀତ ଅଳିଆ ଅବର୍ଜନାକୁ ପୃଥକୀକରଣ କରିବା ସହିତ ଘରକୁ ଘର ଯାଇ ସର୍ଭେ କରିବା, ସ୍ଵଚ୍ଛ
ସର୍ବେକ୍ଷଣ, ଗାରିମା ସର୍ଭେ, ୟୁଜର୍ରସ ଫି ସଂଗ୍ରହ ଆଦି ବିଭିନ୍ନ କାମରେ ନିୟୋଜିତ ହୋଇ ଆସିଛୁ । କୋଭିଡ଼ ସମୟରେ ଲୋକେ ଯେତେବେଳେ ଘରୁ ବାହାରିବାକୁ ଡ଼ରୁଥିଲେ ସେତେବେଳେ ଆମେ ଏତେ କମ୍ ପାରିଶ୍ରମିକ ସତ୍ତ୍ଵେ ନିଜର ଜୀବନକୁ ବାଜି ଲଗେଇ ଲୋକଙ୍କ ପାଖକୁ ଯିବା ସହ ସେମାନଙ୍କୁ ନିଷ୍ଠାପର ଭାବେ ସେବା ଯୋଗାଇ ଆସୁଛନ୍ତି । କିନ୍ତୁ ପରିତାପର ବିଷୟ ଯେ ଏତେ ବର୍ଷ ଧରି ସରକାରଙ୍କ ନିର୍ଦ୍ଦେଶରେ ନିଷ୍ଠାପର ଭାବେ ସେବା କରି ଆସୁଥିଲେ ସୁଦ୍ଧା ସମ୍ପୂର୍ଣ ଭାବେ ସରକାରୀ ଅବହେଳାର ଶିକାର ହୋଇଛୁ । ସରକାରଙ୍କ ଅଧୀନରେ ସରକାରୀ ସେବାରେ ନିୟମିତ ଭାବେ କାମ କରୁଥିଲେ ସୁଦ୍ଧା ସରକାରଙ୍କ ତରଫରୁ ଆମକୁ ନିଜର କର୍ମଚାରୀ ଭାବେ ଗ୍ରହଣ କରିନାହାଁନ୍ତି କି ଅନ୍ୟ କର୍ମଚାରୀଙ୍କ ପରି ଆମକୁ ସର୍ବନିମ୍ନ ଦରମା କିମ୍ବା ସମ୍ମାନ ମଧ୍ୟ ଦିଆଯାଇନାହିଁ । ବିନା କୌଣସି ନିଯୁକ୍ତି ପତ୍ରରେ ସ୍ଵଚ୍ଛସାଥୀ
ଓ ସୁପରଭାଇଜରମାନଙ୍କୁ ଦୀର୍ଘ ଦିନ ଧରି ମାସିକ ଯଥାକ୍ରମେ ମାତ୍ର ୪ ଓ ୮ ହଜାର ଟଙ୍କା ଦରମାରେ ନିୟୋଜିତ କରାଯାଇଥିବା ବେଳେ ବହୁ ଦାବୀ ପରେ ଗତ ନିର୍ବାଚନ ପୂର୍ବରୁ ତାକୁ ଯଥାକ୍ରମେ ୮ ଓ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ତେବେ ଦୁଃଖର ବିଷୟ ରାଜ୍ୟ ସରକାର ସେମାନଙ୍କ ଦରମାକୁ ବୃଦ୍ଧି କରାଗଲା ବୋଲି ତ ଘୋଷଣା କରିଥିଲେ କିନ୍ତୁ ସେଥ‌ିରେ ପ୍ରଦର୍ଶନର ସର୍ତ୍ତ ଲଗାଇ ଦେଇଛନ୍ତି । ଯାହା ଫଳରେ ବର୍ତମାନ ରାଜ୍ୟର କେବଳ ତିନି ଚାରୋଟି ୟୁଏଲବିକୁ ଛାଡ଼ିଦେଲେ ଅନ୍ୟ କେଉଁଠାରେ ବି ବର୍ଦ୍ଧିତ ଦରମା ଦିଆଯାଇ ନାହିଁ ।ସରକାର ଦରମା ପାଇଁ ସ୍ଵତନ୍ତ୍ର ଅନୁଦାନର ବ୍ୟବସ୍ଥା ନକରି ତାକୁ ୟୁଏଲବିମାନଙ୍କ ଦୟାରେ ଛାଡ଼ିଦେବା ଫଳରେ ମହାନଗର କର୍ତ୍ତୃପକ୍ଷ ସେମାନଙ୍କ ଦରମାରେ ୟୁଜର୍ସ ଫି ଆଦାୟର ସର୍ତ୍ତ ରଖିଛନ୍ତି । ଏଭଳି ପରିସ୍ଥିତିରେ ନିଜର ମୌଳିକ ଅଧିକାର ଓ ସର୍ବନିମ୍ନ ମଜୁରୀରୁ ବଞ୍ଚିତ ରାଜ୍ୟର ବିଭିନ୍ନ ୟୁଏଲବିରେ ସ୍ଵଚ୍ଛସାଥୀ ଓ ସ୍ଵଚ୍ଛ ସୁପରଭାଇଜର ଭାବେ କାର୍ଯ୍ୟରତ ହଜାର ହଜାର ଶିକ୍ଷିତ ମହିଳା ମେୟରଙ୍କ ଦୃଷ୍ଟିଗୋଚର ତଥା କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here