ବ୍ରହ୍ମପୁର,୨୫/୦୭/୨୦୨୪:ଓଡ଼ିଶାର ଏହି ପ୍ରମୁଖ ଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟର ସହ ସରକାର ଖେଳ ଖେଳୁଛନ୍ତି।ଏ ନେଇ ଆଜି କିଛି ଛାତ୍ରଛାତ୍ରୀ ଏକ ଲିଖିତ ଅଭିଯୋଗ କରିଛନ୍ତି।ଶିକ୍ଷାନୁଷ୍ଠାନର ନାମ ବାରମ୍ବାର ପରିବର୍ତ୍ତନ କରାଯାଉଛି କିନ୍ତୁ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ ହେଉନଥିବା ନେଇ ସେମାନେ ଏଥିରେ ଉଲ୍ଲେଖ କରିଛନ୍ତି। ୨୦୨୧ ମସିହାରୁ ଏହି ପୁରାତନ ଶିକ୍ଷାନୁଷ୍ଠାନକୁ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଭାବେ ନାମିତ କରାଯାଇଥିଲେ ସୁଦ୍ଧା ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଏ ପର୍ଯ୍ୟନ୍ତ ଏହାକୁ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ (ୟୁ.ଜି.ସି) ସ୍ୱୀକୃତି ପ୍ରଦାନ କରୁନାହିଁ । ବିଶ୍ବବିଦ୍ୟାଳୟ ବିନା ୟୁ.ଜି.ସି. ସୀକୃତିରେ ଚାଲୁଥିବାରୁ ଛାତ୍ରଛାତ୍ରୀ ଶିକ୍ଷା ଶେଷ ପରେ ବୈଧ ଡ଼ିଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି । ୟୁ.ଜି.ସି. ଅନୁଦାନ ମିଳୁନଥିବାରୁ ଆବଶ୍ୟକ ଅଧ୍ୟାପକ ନିଯୁକ୍ତ ହେଇନାହାଁନ୍ତି ।ଶ୍ରେଣୀ ଗୃହର ଅଭାବ, ଚେୟାର୍-ଟେବୁଲ୍ର ଅଭାବ, ପରିବେଶ ନିର୍ମଳ ନ ରହିବା ତଥା ପାଠାଗାରରେ ଆବଶ୍ୟକୀୟ ପୁସ୍ତକ ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ହୋଇଛି । ସରକାର ବିଶ୍ବବିଦ୍ୟାଳୟ ନାମ ଘୋଷଣା କରି ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିନଥିବାରୁ ବିଶ୍ବବିଦ୍ୟାଳୟ ରେ ଶିକ୍ଷାଦାନ ଓ ଆନୁସଙ୍ଗିକ ବିକାଶ ବାଧାପ୍ରାପ୍ତ ହେଉଛି ।ତୁରନ୍ତ ଏହି ବିଶ୍ଵବିଦ୍ୟାଳୟ କୁ ୟୁ.ଜି.ସି. ମାନ୍ୟତା ଓ ଅନୁଦାନ ପ୍ରଦାନ ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇବା ସହ ବିଶ୍ବବିଦ୍ୟାଳୟକୁ ମାନ୍ୟତା ନ ମିଳିଲେ ଛାତ୍ର ସମାଜ ପ୍ରତିବାଦ କରିବେ ବୋଲି କେ.ସାଇ କୁମାର,ଇପସ୍ସିତ ଆର୍ଯ୍ୟ ସ୍ବାଇଁ,ଦୁର୍ଗା ପ୍ରସାଦ ସେଠୀ ପ୍ରମୁଖ ଛାତ୍ରଛାତ୍ରୀ ସୁଚନା ଦେଇଛନ୍ତି ।
Home ବ୍ରହ୍ମପୁର ସ୍ପେଶାଳ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟକୁ ତୁରନ୍ତ ୟୁ.ଜି.ସି. ମାନ୍ୟତା ପ୍ରଦାନ ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଆକର୍ଷଣ