କାରଗିଲ ବିଜୟ ଦିବସ ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ରଚନା ପ୍ରତିଯୋଗିତା ଆୟୋଜିତ

0
79

ବ୍ରହ୍ମପୁର,୨୬/୦୭/୨୦୨୪:ଆଜି ଦେଶବ୍ୟାପୀ ପାଳନ ହେଉଛି କାରଗିଲ ବିଜୟ ଦିବସ। ଏହି କ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶଙ୍କ ମାର୍ଗଦର୍ଶନରେ ଆଜି ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ପାଳିତ ହୋଇଛି କାରଗିଲ ବିଜୟ ଦିବସ। ଏହି ଅବସରରେ ବିଭାଗ ପକ୍ଷରୁ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ରଚନା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ‘କାରଗିଲ ବିଜୟ ଦିବସର ମହତ୍ତ୍ଵ’ ଶୀର୍ଷକ ଉପରେ ରଚନା ଲେଖନ ପ୍ରତିଯୋଗିତା ହୋଇଥିବା ବେଳେ ଏଥିରେ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହକାରୀ ପ୍ରାଧ୍ୟାପକ ଡ଼ ଚିନୁ ବହିଦାର ସଂଯୋଜନା କରିଥିବା ବେଳେ ବିଭାଗର ଅନ୍ୟ ପ୍ରାଧ୍ୟାପକ ମାନେ ଏଥିରେ ସହଯୋଗ କରିଥିଲେ। ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ସ୍ଵାଧୀନତା ଦିବସରେ ପୁରସ୍କୃତ କରାଯିବ।

LEAVE A REPLY

Please enter your comment!
Please enter your name here