ସହିଦ ଶ୍ରୀନିବାସ ପାତ୍ରଙ୍କ ଜନ୍ମ ମାଟିରେ ୨୫ତମ କାର୍ଗିଲ ବିଜୟ ଦିବସ ପାଳିତ

0
96

ବ୍ରହ୍ମପୁର,୨୬/୦୭/୨୦୨୫: ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକର ଜଗଦଳପୁର ଗ୍ରାମରେ ସହିଦ୍ ଶ୍ରୀନିବାସ ପାତ୍ରଙ୍କ ଜନ୍ମ ମାଟିରେ ୨୫ତମ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ସେହି ଅଭୁଲା ସ୍ମୁତିକୁ ମନେ ପକାଇବା ପାଇଁ ଆଜିର ଦିନ ତଥା ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଅଛି । ତେବେ ଏହି ଦିବସ ଅବସରରେ କୁକୁଡାଖଣ୍ଡି ବ୍ଲକର ଜଗଦଳପୁର ଗ୍ରାମରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ୨୫ତମ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। ତାଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ସଙ୍ଘଠନ ଓ ପ୍ରଶାସନ ପକ୍ଷରୁ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ, ପୂର୍ବତନ ବିଧାନସଭା ଉପ ବାଚସ୍ପତି ରାମ ପଣ୍ଡା,ବିଜେପି ଜିଲ୍ଲା ସଭାପତି ଡାକ୍ତର ସୁଭାଷ ଚନ୍ଦ୍ର ସାହୁ, ବିଜେପି ମିଡ଼ିଆ ପ୍ୟାନେଲିଷ୍ଟ ଟି.ଗୋପୀ,ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବହୁମୁଖୀ ସଂଘ ସଭାପତି ରାମ ପାତ୍ର,ସମିତି ସଭ୍ୟ ଚଣ୍ଡୀ ଚରଣ ସାହୁ,ପ୍ରଭାତ ଷଡ଼ଙ୍ଗୀ, ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ପରିଡା,ସଦରଥାନା ଅଧିକାରୀ ରାମ ସୁବ୍ରମନ୍ୟ ପ୍ରଧାନ, ନିମଖଣ୍ଡି ଥାନା ଅଧିକାରିଣୀ ରେବତୀ ସବର,ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆୟୁଷ ଡାକ୍ତର ସୁନିତା ପ୍ରଧାନ,ଏସ୍.କୃଷ୍ଣମୂର୍ତ୍ତି ପାତ୍ର,ପଞ୍ଚାନନ ସାହୁ,ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ସ୍ଥାନୀୟ ସରକାରୀ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ,ଶିଶୁ ବିଦ୍ୟାମନ୍ଦିର ଶିକ୍ଷକ, ଶିକ୍ଷୟିତ୍ରୀ ,ଅଙ୍ଗନବାଡି କର୍ମୀ,ଆଶା କର୍ମୀଙ୍କ ସମେତ ବିଭିନ୍ନ ସଂଘଠନର କର୍ମକର୍ତା ଯୋଗ ଦେଇ ସହୀଦ୍ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଜଗଦଳପୁର ଉନ୍ନୟନ କମିଟି ବୃନ୍ଦ କେ.ସୁଦାମ ପାତ୍ର,କୁରା ସେଠି,ନାୟବ ସରପଞ୍ଚ ଏସ୍ ମନୋଜ କୁମାର ପାତ୍ର,ଏ ବୁଲା ପାତ୍ର, ବି ସୁନିଲ ପାତ୍ର,ଏମ୍ ଲାବଣ୍ୟ ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here