କରସିଙ୍ଗିରେ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର

0
32

ବୁଗୁଡା ୨୬/୬/୨୪ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । କରସିଙ୍ଗି ସମିତି ସଭ୍ୟ ଚିକୁ ବାରିକ, ସ୍ୱେଚ୍ଛାସେବୀ ସଂଗଠନ ସାଇଟ ସେଇଭରସ ଇଣ୍ଡିଆ, ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ସହଯୋଗରେ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଶଙ୍କର ଚକ୍ଷୁ ଚିକିତ୍ସାଳୟର କର୍ମଚାରୀ ଚିତ୍ରସେନ ଗୌଡ଼ ଙ୍କ ନେତୃତ୍ୱରେ ମୀନାକ୍ଷୀ ପାଣିଗ୍ରାହୀ, ସାଗର ମହାନ୍ତି, ଗାୟତ୍ରୀ ସେଠୀ, ମିନି ଓ ଏପିଲ ସାକିଲ ଶିବିରରେ ଯୋଗଦେଇ ମୋଟ ୫୫ ଜଣ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ପରଳ ଅସ୍ତ୍ରୋପଚାର ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟର ବସରେ ନିଆଯାଇଥିଲା। ଅସ୍ତ୍ରୋପଚାର ପରେ ପୁଣି ସେହି ୧୩ ଜଣଙ୍କୁ ଶଙ୍କର ଚକ୍ଷୁ ଚିକିତ୍ସାଳୟର ବସରେ ଆଣି କରସିଙ୍ଗିରେ ଛଡ଼ାଯିବ। ପରୀକ୍ଷା ପରେ ୧୦ ବ୍ୟକ୍ତିଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା। କରସିଙ୍ଗି ଗ୍ରାମ ବୁଗୁଡା ବ୍ଳକର ସୀମାନ୍ତ ଗ୍ରାମ ଅଟେ। କରସିଙ୍ଗି ସୀମାକୁ ଲାଗିଛି ନୟାଗଡ଼ ଜିଲ୍ଲା। ଏଣୁ ଏହି ଚିକିତ୍ସା ଶିବିରକୁ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ କେତେକ ଗ୍ରାମର ଲୋକମାନେ ମଧ୍ୟ ଚକ୍ଷୁ ପରୀକ୍ଷା କରିବାକୁ ଆସିଥିଲେ।

LEAVE A REPLY

Please enter your comment!
Please enter your name here