କୁଳପତିଙ୍କ ପ୍ରତିଶ୍ରୁତି ପରେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ପ୍ରଦାନ କରିବା ଦାବି ରେ ଚାଲିଥିବା ଆନ୍ଦୋଳନ ସ୍ଥଗିତ

0
41

ବ୍ରହ୍ମପୁର,୩୦/୦୭/୨୦୨୪:ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟକୁ ତୁରନ୍ତ ୟୁଜିସି ମାନ୍ୟତା ପ୍ରଦାନ କରିବା ସହ ସମସ୍ତ ଅଧ୍ୟାପକ, ପ୍ରାଧ୍ୟାପକ ଏବଂ ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ ପୂରଣ କରିବା ଦାବିରେ ଏଆଇଡିଏସ୍ଓ ଗଞ୍ଜାମ ଜିଲ୍ଲା କମିଟିର ନେତୃତ୍ଵରେ ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିଥିଲା । ଗତ ଦୁଇଦିନ ଧରି ଚାଲିଥିବା ଧାରଣା କାର୍ଯ୍ୟକ୍ରମ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର କୁଳପତିଙ୍କ ପ୍ରତିଶ୍ରୁତି ପରେ ସ୍ତଗିତ ରହିଛି । ଉଲ୍ଲେଖଯୋଗ୍ୟ ଯେ ଆଜି ଧାରଣା ଚାଲିଥିବାବେଳେ କୁଳପତିଙ୍କ ଅନୁରୋଧ କ୍ରମେ ସଂଗଠନ ଏବଂ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ତାଙ୍କୁ ଭେଟିଥିଲେ । ସେଠାରେ ବିଶ୍ବବିଦ୍ୟାଳୟର କୁଳପତି ୟୁଜିସି ର ୨(ଏଫ) ମାନ୍ୟତା ମିଳିବାନେଇ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ସେ ଏ ସମ୍ପର୍କରେ ଏକ ନୋଟିସ ଜାରି କରି ଉଲ୍ଲେଖ କରିଛନ୍ତି ଯେ, “ୟୁଜିସି ଅଧିନିୟମ, ୧୯୫୬ର ଧାରା ୨(ଏଫ) ଅନୁଯାୟୀ ଆମ ବିଶ୍ବବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରିବାପାଇଁ ୟୁଜିସି ନୂଆ ଦିଲ୍ଲୀରେ ପ୍ରକ୍ରିୟାଧୀନ ରହିଛି । ଏହା ଖୁବ ଶୀଘ୍ର ପ୍ରଦାନ କରାଯିବ ।” ଏହି ପ୍ରତିଶ୍ରୁତି ପରେ ଛାତ୍ର ଧାରଣା ସ୍ଥଗିତ ରଖାଯାଇଛି । ଆଗାମୀ ଦିନରେ ଯଦି ଦାବି ପୂରଣ ନହୁଏ ତାହେଲେ ଆନ୍ଦୋଳନ ଜାରି ରହିବ ବୋଲି ଏଆଇଡିଏସଓ ପକ୍ଷରୁ ପ୍ରକାଶ କରାଯାଇଛି ।ଆଜିର ଧାରଣା କାର୍ଯ୍ୟକ୍ରମ ରେ ଏଆଇଡିଏସଓ ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ, ଉପସଭାପତି ପପୁନ ସାହୁ, ସମ୍ପାଦକ ନାରାୟଣ ସାହୁ ,କିସାନ ସାହୁଙ୍କ ସମେତ ଶୁଭସ୍ମିତା ପାଣିଗ୍ରାହୀ ଆଦି ସଂଗଠନର କର୍ମକର୍ତ୍ତା ଏବଂ ବିଶ୍ଵବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here