ବ୍ରହ୍ମପୁର,୩୧/୦୭/୨୦୨୪:ଆଙ୍କୁଲି ସ୍ଥିତ ଗଞ୍ଜାମ ଜିଲ୍ଲା ଫରୱାର୍ଡ଼ ବ୍ଲକ କାର୍ଯାଳୟ ରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢ଼ୀଙ୍କର ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ଏବଂ ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଉପସ୍ଥିତି ରେ ଜ଼ିଲ୍ଲା ରେ ନୂତନ ସଭ୍ୟ ସଂଗ୍ରହ ସାଙ୍ଗକୁ କୃଷକ, ଯୁବ,ଛାତ୍ର ସଂଗଠନ ଗଢି ତୋଳିବା ପାଇଁ ଗୁରୁତ୍ୱାରୋପ ଦିଆଯାଇଛି l ନେତାଜୀ ସୁବାଷ ଙ୍କ ଫରୱାର୍ଡ଼ ବ୍ଲକ ଦଳ ସପକ୍ଷରେ ରାଜ୍ୟରେ ବ୍ୟାପକ ଜନମତ ସୃଷ୍ଟି ପାଇଁ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଆସନ୍ତା ସେପ୍ଟେମ୍ବର ମାସ ତମାମ ଓଡିଶା ରେ ଜନ ସମ୍ପର୍କ ପଦଯାତ୍ରା କରିବେ l ଗଞ୍ଜାମ ଜ଼ିଲ୍ଲା କମିଟି ତରଫରୁ ଜ଼ିଲ୍ଲା ରେ ବ୍ୟାପକ ଜନମତ ପାଇଁ ମଧ୍ୟ ନିଷ୍ପତି ଗ୍ରହଣ କରାଗଲା l ଏତତ ବ୍ୟତୀତ ଚିକିଟି ସଦର ମହକୁମା ଠାରେ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପ୍ରାକ୍ତନ ଉପ ସଭାପତି, ନେତାଜୀ ସୁବାଷ ଙ୍କ ଏକାନ୍ତ ଅନୁଗତ, ପ୍ରଚଣ୍ଡ ତ୍ୟାଗୀବୀର ଜନନାୟକ ଦିବାକର ପଟ୍ଟନାୟକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ଦିବାକର ପଟ୍ଟନାୟକ ସ୍ମୃତି କମିଟି ଗଠନ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି l ଉକ୍ତ ବୈଠକ ରେ ଫରୱାର୍ଡ଼ ବ୍ଲକ ର ବରିଷ୍ଠ ନେତା ସମରଜିତ ମହାନ୍ତି ସମେତ ଜ଼ିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ, କୋଷାଧକ୍ଷ ସ୍ଵପ୍ନେଶ୍ଵର ପାଣିଗ୍ରାହୀ, ଯୋଗେନ୍ଦ୍ର ସ୍ୱାଇଁ,ସେକ ଇମ୍ରାନ ଖାନ ପ୍ରମୁଖ ଜିଲ୍ଲା ନେତା ଉପସ୍ଥିତ ଥିଲେ l