ଉତ୍କଳୀୟ ମାଲ ସମାଜ, ଓଡ଼ିଶା ପକ୍ଷରୁ ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ

0
56

ବୁଗୁଡ଼ା , ୩୧/୦୭/୨୪ ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ପେଟ୍ରୋଲ ପମ୍ପ ନିକଟସ୍ଥ ଫରେଷ୍ଟ ପାର୍କ ସଭାଗୃହରେ “ଉତ୍କଳୀୟ ମାଲ ସମାଜ”, ଓଡ଼ିଶା ପକ୍ଷରୁ ସଙ୍ଗଠନର କେନ୍ଦ୍ରୀୟ ସଭାପତି ଇଞ୍ଜିନିୟର ବିପ୍ର ଚରଣ ପାତ୍ରଙ୍କ ପୌରହିତ୍ଯରେ ବାର୍ଷିକ ସାଧାରଣ ପରିଷଦ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସମାଜର ୧୭ ଗୋଟି ସାମାଜିକ ସମସ୍ୟାର ସମାଧାନ କରାଯାଇଥିଲା। ଏହି ଅବସରରେ ଦିଗପହଣ୍ଡି ଅଞ୍ଚଳର ୭ ଗୋଟି ମଣ୍ଡଳକୁ ବାରମୁଠା ଘୁମୁସର ତାଲୁକାରେ ସାମିଲ୍ କରିବାପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା। ଉକ୍ତ ଏକଦିବସୀୟ ଅହୋରାତ୍ର କାର୍ଯ୍ୟକ୍ରମରେ ବାର ମଣ୍ଡଳର ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ସମେତ କାର୍ଯ୍ୟକାରୀ ସଦସ୍ଯ ମାନେ ଉପସ୍ଥିତ ରହି ସମାଜର ବିଭିନ୍ନ ବିକାଶ ମୁଳକ କାର୍ଯ୍ୟର ଆଲୋଚନା କରିଥିଲେ। ଏହି ଅବସରରେ ବରିଷ୍ଠ କର୍ମକର୍ତ୍ତାଗଣ ପ୍ରକାଶ ପାତ୍ର, ସୁଦର୍ଶନ ପାତ୍ର, ବିଜୟ କୁମାର ପାତ୍ର, ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ବିଜୟ ପାତ୍ର, ନିର ଞ୍ଜନ ପାତ୍ର, ଦେବରାଜ ପାତ୍ର, ପ୍ରକାଶ ଚନ୍ଦ୍ର ପାତ୍ର, କୈଳାଶ ଚନ୍ଦ୍ର ପାତ୍ର, ସନ୍ତୋଷ କୁମାର ପାତ୍ର, ସୁବାସ ପାତ୍ର, ବିନୋଦ ପାତ୍ର, ଏ.ରାଜା ରାଓ, ଡା. ପି.ଦିନବନ୍ଧୁ ପାତ୍ର, ନିଳ ପାତ୍ର, ରଘୁନାଥ ପାତ୍ର, ପ୍ରଭାତ କୁମାର ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସମାଜଗୃହ ନିର୍ମାଣ କରିବା ନିମନ୍ତେ ସମସ୍ତ ସଦସ୍ଯ ସହଯୋଗ କରିବା ପାଇଁ ମତ ପ୍ରକାଶ ପାଇଥିଲା। ଶେଷରେ ଆସିକା ମଣ୍ଡଳର ଉମାକାନ୍ତ ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here